Advertisment

ପୁଲିସ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ; ୨ ସହିଦ, ଜଣେ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ନଓଗାମ ବାଇପାସ୍‌ ଠାରେ ଏକ ପୁଲିସ ଟିମ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଦୁଇ ଜଣ ପୁଲିସ କର୍ମୀ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଶୁକ୍ରବାର ଏହି ଆକ୍ରମଣ ହୋଇଛି। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରାଯାଇ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଆକ୍ରମଣ ବିଷୟରେ ଜାମ୍ମୁଓ କାଶ୍ମୀର ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ପୁଲିସ ଟ୍ୱିଟ୍ କରି ଲେଖିଛି […]

author-image
Abinash Pati
ଅଦ୍ୟତନ ହୋଇଛି
ପୁଲିସ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ; ୨ ସହିଦ, ଜଣେ ଆହତ

indiatoday

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ନଓଗାମ ବାଇପାସ୍‌ ଠାରେ ଏକ ପୁଲିସ ଟିମ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଦୁଇ ଜଣ ପୁଲିସ କର୍ମୀ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଶୁକ୍ରବାର ଏହି ଆକ୍ରମଣ ହୋଇଛି। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରାଯାଇ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି।

Advertisment

ଏହି ଆକ୍ରମଣ ବିଷୟରେ ଜାମ୍ମୁଓ କାଶ୍ମୀର ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ପୁଲିସ ଟ୍ୱିଟ୍ କରି ଲେଖିଛି “ ନଓଗାମ ବାଇପାସ୍‌ ପାଖରେ ଆତଙ୍କବାଦୀ ପୁଲିସ ପାର୍ଟି ଉପରେ ଆଖିବୁଜା ଗୁଳି ଚଳାଇଛନ୍ତି। ଏହି ଘଟଣାରେ ୩ ପୁଲିସ କର୍ମୀ ଆହତ ହୋଇଥିଲେ ଓ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ସହିଦ ହୋଇଛନ୍ତି। ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଛି। ”

ଘଟଣା ସମ୍ପର୍କରେ କାଶ୍ମୀର ଆଇଜିପି ରଙ୍ଗେ ବିଜୟ କୁମାର କହିଛନ୍ତି, ପୁଲିସ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ଜୈଶ-ଇ- ମୋହମ୍ମଦର ବୋଲି ଜଣାପଡ଼ିଛି।

Advertisment

ଧାରା ୩୭୦ ଉଠିବା ପରେ ଜାମ୍ମୁ-କାଶ୍ମୀରରେ କର୍ଫ୍ୟୁ ଲଗାଇ ଦିଆଯାଇଥିଲା। କିନ୍ତୁ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେବାରୁ ଆକ୍ରଣ ବଢ଼ିବାରେ ଲାଗିଛି। ବିଜେପି ନେତାଙ୍କୁ ହତ୍ୟା କରାଯିବା ସହିତ ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରାଯାଉଛି।

Advertisment
Advertisment