/odishatv-khabar/media/post_attachments/uploadimage/library/16_9/16_9_0/ranchi_1626694383.jpg)
ranchi
ରାଞ୍ଚି: କରୋନା ଭାଇରସ ଯୋଗୁ ସବୁଠି ଲକ୍ଡାଉନ୍ ଜାରି କରାଯାଇଛି। ଏହି ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିତ। ଭାରତରେ ବି ଏହି ମହାମାରୀ ନିଜର କାୟାକୁ ଦିନକୁ ଦିନ ବଢ଼ାଇବାରେ ଲାଗିଛି। କିପରି ଏହି ମହାମାରୀଠୁ ରକ୍ଷା ପାଇବେ, ସେନେଇ ବ୍ୟବସ୍ଥା କରାଯାଉଛି। କିନ୍ତୁ ଏଭଳି ସମୟରେ ଭାରତର ଏକ ବଡ ସହର ଏହି ମହାମାରୀକୁ ପରାସ୍ତ କରିବାରେ ସଫଳ ହୋଇଛି। ଝାଡଖଣ୍ଡର ରାଜଧାନୀ ରାଞ୍ଚି ଦେଶ ମଧ୍ୟରେ ଏକ ନମ୍ୱର ସ୍ଥାନରେ ଥିବା ଜଣାପଡିଛି। ଏଠାରେ ସୁସ୍ଥ ହେଉଥିବା ଲୋକଙ୍କ ହାର ଦେଖିଲେ ସହରବାସୀଙ୍କ ରୋଗ ପ୍ରତିରୋଧକ ଯେ ଶକ୍ତି ଅଧିକ ତାହା ସ୍ପଷ୍ଟ ହୋଇଛି।
ରାଞ୍ଚିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ କମ୍ ବୋଲି କୁହାଯାଉଛି। କାରଣ ସେଠାରେ ରହୁଥିବା ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ସାମ୍ନାରେ କରୋନା ମହାମାରୀ ପରାସ୍ତ ହୋଇଥିବା ଜଣାପଡିଛି। ରାଞ୍ଚିର ଲୋକମାନେ କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ଶୀଘ୍ର ଏହି ମହାମାରୀଠୁ ଜିତି ଭଲ ହେଉଛନ୍ତି।
ଝାଡଖଣ୍ଡରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ୨୨୩ ଜଣ। ସେଥିମଧ୍ୟରୁ ରାଞ୍ଚିରେ ଆକ୍ରାନ୍ତ ସଂଖ୍ୟା ୧୦୪ । ଏମାନଙ୍କ ମଧ୍ୟରୁ ୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଅନ୍ୟ ରାଜ୍ୟ ତୁଳନାରେ ରାଞ୍ଚିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ କମ୍ ବୋଲି କୁହାଯାଉଛି।
ରାଞ୍ଚିରେ କରୋନା ଭାଇରସର ଆକ୍ଟିଭ କେସ୍ ୧୯। ସେଠାରେ ଜଣେ ମାତ୍ର ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଗରହୱାଠାରେ ୨୫ ଓ ହଜରିବାଗରେ ୨୨ଟି ସଂକ୍ରମଣ ଚିହ୍ନଟ କରାଯାଇଛି।
ଖବର ଅନୁଯାୟୀ, ରାମଗଡରେ ଦୁଇଜଣ, ହଜାରୀବାଗରେ ଜଣେ, ଲୋହରଡାଗାରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୧୭ଟି ଜିଲ୍ଲାରେ ଏହି ସଂକ୍ରମଣ ପହଞ୍ଚିଛି। ତେବେ ସେଥିମଧ୍ୟରୁ ଡୁମକା ସମେତ ସାତଟି ଜିଲ୍ଲା କରୋନାକୁ ପରାସ୍ତ କରିବାରେ ସଫଳ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)