/odishatv-khabar/media/post_attachments/uploadimage/library/16_9/16_9_0/jee_1620133751.jpg)
jee
ନୂଆଦିଲ୍ଲୀ-ଏପ୍ରିଲ ପରେ ଏବେ ଜେଇଇ ମେନ୍ ମେ-୨୦୨୧ ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଛି । ନାଶନାଲ ଟେଷ୍ଟିଂ ଏଜେନ୍ସି (NTA) ଏ ସମ୍ପର୍କରେ ନୋଟିସ୍ ଜାରି କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏ ସମ୍ପର୍କରେ ସୂଚନା ଦେଇ ଟୁଇଟ କରିଛନ୍ତି।
ଏନଟିଏ କହିଛି, ଜେଇଇ ମେନ୍ ୨୦୨୧ ଦୁଇଟି ପର୍ଯ୍ୟାୟ ପରୀକ୍ଷା ଫେବୃଆରୀ ଓ ମାର୍ଚ୍ଚରେ ହୋଇ ଯାଇଛି । ଏପ୍ରିଲ ପରୀକ୍ଷା ୨୭, ୨୮ ଏବଂ ୩୦ରେ ହେବାର ଥିଲା । ହେଲେେ କୋଭିଡ-୧୯କୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରି ଦିଆଯାଇଥିଲା । ଏବେ ଜେଇଇ ମେନ୍ ମେ’-୨୦୨୧ ପରୀକ୍ଷାକୁ ବି ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ୨୪ରୁ ୨୮ ମେ’ ୨୦୨୧ ପର୍ଯ୍ୟନ୍ତ ହେବାର ଥିଲା । ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି ।
ସୂଚନାଥାଉ କି, ଜେଇଇ ମେନ ମେ’ ୨୦୨୧ ସେସନ ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇନାହିଁ । ଏନଟିଏ ପକ୍ଷରୁ କୁହାଯାଇଛି, ରେଜିଷ୍ଟ୍ରେଶନ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ । ଏକଥା ମଧ୍ୟ କୁହାଯାଇଛି, ଏହି ଅତିରିକ୍ତ ସମୟର ଫାଇଦା ଛାତ୍ରମାନେ ଉଠାଇବେ ଏବଂ ପରୀକ୍ଷା ପାଇଁ ଭଲ ଭାବେ ପ୍ରସ୍ତୁତି କରିବେ ।
NTA Abhyas App ରେ ଘରେ ବସି ମକ୍ ଟେଷ୍ଟ ଅଭ୍ୟାସ କରିବାକୁ ଛାତ୍ରମାନଙ୍କୁ ପରାମର୍ଶ ଦିଆଯାଇଛି ।
ତେବେ ପରୀକ୍ଷା ସମ୍ପର୍କିତ ସବିଶେଷ ତଥ୍ୟ ଜାଣିବା ପାଇଁ ଛାତ୍ରମାନେ ଅଫିସିଆଲ ୱେବେସାଇଟ nta.ac.in କିମ୍ବା jeemain.nta.nic.in କୁ ଯାଇ ଜାଣିପାରିବେ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି । ଏଥିସହିତ ଜେଇଇ ସମ୍ପର୍କିତ କୌଣସି ତଥ୍ୟ ଜାଣିବା ପାଇଁ ୦୧୧-୪୦୭୫୯୦୦୦ କଲ କରିପାରିବେ କିମ୍ବା [email protected] ରେ ମେଲ୍ କରିପାରିବେ ।
Looking at the present situation of COVID-19 and keeping students safety in mind, JEE (Main) – May 2021 session has been postponed .
Students are advised to keep visiting the official website of NTA for further updates.@DG_NTApic.twitter.com/utMUGrmJNi— Dr. Ramesh Pokhriyal Nishank (@DrRPNishank) May 4, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)