Advertisment

କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାବି କଲେ ଗୀତିକାର ଜାଭେଦ ଅଖତର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ପୁଣି ଏକ ଅଭିଯୋଗ ହୋଇଛି। ଏଥର ହିନ୍ଦୀ ସିନେମାର ପ୍ରଖ୍ୟାତ ଲେଖକ ତଥା ଗୀତିକାର ଜାଭେଦ୍‌ ଅଖତର କଙ୍ଗନାଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଦାୟର କରିଛନ୍ତି। କଙ୍ଗନା ଅନେକ ନ୍ୟୁଜ୍‌ ଚ୍ୟାନେଲ୍‌ରେ ତାଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଦର୍ଶାଇ ଅନ୍ଧେରୀର ମେଟ୍ରୋପଲିଟାନ ମାଜିଷ୍ଟ୍ଟେଟ୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଜାଭେଦ୍। ନିକଟରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସକ୍ଷାତକାରରେ କଙ୍ଗନା ଜାଭେଦଙ୍କ ପ୍ରତିଷ୍ଠାକୁ ହାନି ପହଞ୍ଚାଇବାକୁ ଚେଷ୍ଟା […]

author-image
Otv Khabar Bureau
ଅଦ୍ୟତନ ହୋଇଛି
କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାବି କଲେ ଗୀତିକାର ଜାଭେଦ ଅଖତର

javed-akhtar

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ପୁଣି ଏକ ଅଭିଯୋଗ ହୋଇଛି। ଏଥର ହିନ୍ଦୀ ସିନେମାର ପ୍ରଖ୍ୟାତ ଲେଖକ ତଥା ଗୀତିକାର ଜାଭେଦ୍‌ ଅଖତର କଙ୍ଗନାଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଦାୟର କରିଛନ୍ତି। କଙ୍ଗନା ଅନେକ ନ୍ୟୁଜ୍‌ ଚ୍ୟାନେଲ୍‌ରେ ତାଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଦର୍ଶାଇ ଅନ୍ଧେରୀର ମେଟ୍ରୋପଲିଟାନ ମାଜିଷ୍ଟ୍ଟେଟ୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଜାଭେଦ୍।

Advertisment

ନିକଟରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସକ୍ଷାତକାରରେ କଙ୍ଗନା ଜାଭେଦଙ୍କ ପ୍ରତିଷ୍ଠାକୁ ହାନି ପହଞ୍ଚାଇବାକୁ ଚେଷ୍ଟା କରିଥିବା ସେ ଦର୍ଶାଇଛନ୍ତି। ଭିଭିନ୍ନ ଅନ୍‌ଲାଇନ୍‌ ଫ୍ଲାଟଫର୍ମରେ ଥିବା ସେହି ସାକ୍ଷାତକାର ବେଳର ଭିଡିଓ ଆଧାରରେ କଙ୍ଗନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜାଭେଦ୍ କହିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ତାଙ୍କ ନାଁକୁ ଅଯଥାରେ ଟଣାଯାଇଛି ବୋଲି ଜାଭେଦ୍‌ ଅଭିଯୋଗ କରିଛନ୍ତି।

ତେବେ ଅଭିଯୋଗରେ ଭେରିଫିକେସନ ହୋଇନାହିଁ। ଏହି ଅଭିଯୋଗ ଜାଭେଦ୍‌ଙ୍କ ଦ୍ୱାରା ହୋଇଛି ବୋଲି ପ୍ରଥମେ ସେ କୋର୍ଟଙ୍କୁ ଅବଗତ କରାଇବେ। କିନ୍ତୁ ଏହା ଏପର୍ଯନ୍ତ ହୋଇନଥିବା ବେଳେ ଜାଭେଦଙ୍କ ଓକିଲ ନିରଞ୍ଜନ ମୁଣ୍ଡାର୍ଗୀ କିନ୍ତୁ ଅଭିଯୋଗର ବିବରଣୀ ଦେବାକୁ ମନା କରିଦେଇଛନ୍ତି। ଆଇପିସିର ଧାରା ୪୯୯ ଏବଂ ୫୦୦ ଅନୁଯାୟୀ କଙ୍ଗନା ରାନାୱତଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବାକୁ ଜାଭେଦ୍ ଅଖତର କହିଛନ୍ତି। ଏହି ମାମଲାର ପ୍ରଥମ ଶୁଣାଣି ୩ ଡିସେମ୍ବର ୨୦୨୦ରେ ହେବ।

Advertisment

ସୂଚନା ଥାଉକି, କଙ୍ଗନା ବର୍ତ୍ତମାନ ହିମାଚଳ ପ୍ରଦେଶରେ ଅଛନ୍ତି। ତାଙ୍କ ଦାଦାଙ୍କ ପୁଅ ବାହାଘର ପାଇଁ ବ୍ୟସ୍ତ ଥିବା ବେଳେ କଙ୍ଗନାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜାଭେଦ୍ ଅଖତର।

ଏହି ଖବରକୁ ପଢ଼ନ୍ତୁ-

ସହଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ବଲିଉଡ୍‌ ଅଭିନେତା ବିଜୟ ରାଜ

Advertisment
Advertisment