Advertisment

ଅମରାବତୀ ଘର ଖାଲି କରିବା ପାଇଁ ଚନ୍ଦ୍ରବାବୁଙ୍କୁ ନୋଟିସ୍‌ ପଠାଇଲେ ଜଗନ ସରକାର

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ନାଇଡୁଙ୍କ ଅମଳରେ ହୋଇଥିବା ‘ପ୍ରଜା ବେଦିକା’ ଘର ଭାଙ୍ଗିବା ପରେ ଏବେ ତାଙ୍କ ଅମରାବତୀସ୍ଥିତ ଘରକୁ ବେଆଇନ ଦର୍ଶାଇଛି ଜଗନ ରେଡ୍ଡୀ ନେତୃତ୍ୱାଧୀନ ସରକାର। ଏ ନେଇ ତୁରନ୍ତ ଘର ଖାଲି କରିବାକୁ ଆନ୍ଧ୍ରପ୍ରଦେଶ ସରକାର ତାଙ୍କୁ ନୋଟିସ୍ ପଠାଇଛନ୍ତି। Andhra Pradesh Capital Region Development Authority has served notice to Former CM, N Chandrababu Naidu to vacate […]

author-image
Minati Mishra
ଅମରାବତୀ ଘର ଖାଲି କରିବା ପାଇଁ ଚନ୍ଦ୍ରବାବୁଙ୍କୁ ନୋଟିସ୍‌ ପଠାଇଲେ ଜଗନ ସରକାର

FotoJet__16_

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ନାଇଡୁଙ୍କ ଅମଳରେ ହୋଇଥିବା ‘ପ୍ରଜା ବେଦିକା’ ଘର ଭାଙ୍ଗିବା ପରେ ଏବେ ତାଙ୍କ ଅମରାବତୀସ୍ଥିତ ଘରକୁ ବେଆଇନ ଦର୍ଶାଇଛି ଜଗନ ରେଡ୍ଡୀ ନେତୃତ୍ୱାଧୀନ ସରକାର। ଏ ନେଇ ତୁରନ୍ତ ଘର ଖାଲି କରିବାକୁ ଆନ୍ଧ୍ରପ୍ରଦେଶ ସରକାର ତାଙ୍କୁ ନୋଟିସ୍ ପଠାଇଛନ୍ତି।

Advertisment

ଆନ୍ଧ୍ର ସରକାର ଶ୍ରୀ ନାଇଡୁଙ୍କ ସମେତ ମୋଟ ୨୮ ଜଣଙ୍କୁ ବେଆଇନ ଭାବରେ ଘର ନିର୍ମାଣ କରିଥିବା ନେଇ ନୋଟିସ ପଠାଇଛନ୍ତି। କ୍ରିଷ୍ନା ନଦୀ କୂଳରେ ଥିବା ଏହି ସମସ୍ତ ଘର ୧୦୦ ମିଟରରୁ କମ୍ ଉଚ୍ଚତାରେ ଘର ତିଆରି ହୋଇଛି। ଯାହାକି ବେଆଇନ ବୋଲି ଆନ୍ଧ୍ର ସରକାର ଦର୍ଶାଇଛନ୍ତି। ନିକଟରେ ଚନ୍ଦ୍ର ବାବୁ ନାଇଡୁଙ୍କ ଅମଳରେ ହୋଇଥିବା ପ୍ରଜା ବେଦିକା ସମ୍ପୂର୍ଣ୍ଣ ବେଆଇନ ଦର୍ଶାଇ ଆନ୍ଧ୍ର ସରକାର ଏହି ସୌଧକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଥିଲା। ଏହାପରେ ନାଇଡୁଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଓ ପରିବାର ବର୍ଗଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ହ୍ରାସ କରିଛନ୍ତି।

Advertisment

ଜଗନ ସରକାରଙ୍କ ଏହି ସବୁ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଟିଡିପି ନେତା। ରଜନୀତିକ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଏଭଳି ହଇରାଣ କରୁଛନ୍ତି ବୋଲି ଟିଡିପି କହିଛି। ଯଦି ଏଭଳି ପଦକ୍ଷେପ ନେବା ପଛରେ କୌଣସି ଯୁକ୍ତି ବା ତଥ୍ୟ ପ୍ରମାଣ ଅଛି ତାହେଲେ ତାକୁ ସାର୍ବଜନୀନ କରନ୍ତୁ ବୋଲି ଦାବି କରିଛି।

Advertisment
Advertisment