/odishatv-khabar/media/post_attachments/uploadimage/library/16_9/16_9_0/gaja-israel-wai_1621227478.jpg)
israeli-airstrikes
ଗାଜା ସିଟି: ଇସ୍ରାଏଲ ପକ୍ଷରୁ ରବିବାର ଗାଜା ସିଟି ଉପରେ କରାଯାଇଥିବା ଆକ୍ରମଣକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ରବିବାର ଇଜ୍ରାଏଲ ପକ୍ଷରୁ ହାଇଥିବା ଏୟାର ଷ୍ଟ୍ରାଇକ୍ରେ ଗାଜାସିଟିର ତିନୋଟି ବଡ ବଡ କୋଠା ଧ୍ୱଂସ ହେବା ପରେ ଅତି କମରେ ୪୨ ଲୋକଙ୍କ ଜୀବନ ଯାଇଛି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ଏହା ସବୁଠାରୁ ବଡ ଧରଣର ଆକ୍ରମଣ ଥିଲା । ଇସ୍ରାଏଲ ମୁଖ୍ୟମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, ଯୁଦ୍ଧ ବିରତି ପାଇଁ ଅନ୍ତରାଷ୍ଟ୍ରୀୟ ସମୁଦାୟର ଚେଷ୍ଟା ସତ୍ତ୍ୱେ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟର ୪ର୍ଥ ଯୁଦ୍ଧ ଜାରି ରହିଛି।
ନେତନ୍ୟାହୁ ରବିବାର ଏକ ଟିଭି ଚାନେଲକୁ ସାକ୍ଷାତ ଦେଇ କହିଛନ୍ତି, ‘ପୂର୍ଣ୍ଣ ଶକ୍ତିକୁ ନେଇ ଆକ୍ରମଣ ଚାଲିଛି ଏବଂ ଏଥିରେ ସମୟ ଲାଗିବ।’ ସେ କହିଛନ୍ତି, ଇସ୍ରାଏଲ ଗାଜାର ଉଗ୍ରବାଦୀ ହମାସ ଶାସକଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ଚାହେଁ।’ ଅନ୍ୟପକ୍ଷେ ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଆକ୍ରମଣରେ ନିହତ ଲୋକଙ୍କ ମଧ୍ୟରେ୧୦ ମହିଳା ଓ ୧୦ ଶିଶୁ ଅଛନ୍ତି। ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି।
ଏହାପୂର୍ବରୁ ଇସ୍ରାଏଲ୍ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା, ଖାନ ୟୁନିସରେ ପୃଥକ ପୃଥକ ଆକ୍ରମଣରେ ଗାଜାର ଶୀର୍ଷ ହମାସ ନେତା ୟାହିୟା ସିନୱାରଙ୍କ ବାସଭବନରେ ନିଆଁ ଲାଗିଯାଇଛି। ଗତ ଦୁଇ ଦିନ ମଧ୍ୟରେ ହମାସର ବରିଷ୍ଠ ନେତାଙ୍କ ଘରେ ଏହା ହେଉଛି ତୃତୀୟ ଆକ୍ରମଣ। ଏଥିସହିତ ଏହି ଆକ୍ରମଣ ପରେ ହମାସର ଅନେକ ନେତା ଅଣ୍ଡରଗ୍ରାଉଣ୍ଡରେ ରହିଛନ୍ତି। ହମାସକୁ ସର୍ବାଧିକ କ୍ଷତି ପହଞ୍ଚାଇବା ପାଇଁ ଇସ୍ରାଏଲ ଆକ୍ରମଣକୁ ଆହୁରି ଜୋରଦାର କରୁଛି।
ପୂର୍ବ ଜେରୁଜେଲମରେ ଚଳିତମାସ ପ୍ରାରମ୍ଭରେ ଉତ୍ତେଜନା ଆରମ୍ଭ ହୋଇଥିଲା। ପାଲେଷ୍ଟାଇନୀୟମାନେ ଶେଖ ଜାରାରେ ଇସ୍ରାଏଲମାନଙ୍କୁ ଘଉଡାଇବାକୁ ବିରୋଧ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା। ଏହା ପରେ ଇସ୍ରାଏଲ ପୋଲିସ ଅଲ-ଆକସା ମସଜିଦ ଉପରେ କଟକଣା ଜାରି କରିଥିଲା।
ଗତ ସୋମବାର ଦିନ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା ଯେତେବେଳେ ହାମାସ ଜେରୁଜେଲମକୁ ସମର୍ଥନ କରି ଦୂରଗାମୀ ରକେଟ୍ ଫିଙ୍ଗିଥିଲା। ପରେ ଏହି ବିବାଦ ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟାପି ଯାଇଥିଲା । ପଶ୍ଚିମବଙ୍ଗ ଏବଂ ଇସ୍ରାଏଲର ଅନେକ ସ୍ଥାନରେ ଯିହୁଦୀ ଏବଂ ଆରବ ନାଗରିକଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଛି। ଇଜ୍ରାଏଲ ଏବଂ ୱେଷ୍ଟ ବ୍ୟାଙ୍କର ଅନେକ ଜାଗାରେ ଇହୁଦି ଏବଂ ଆରବ ନାଗିରକଙ୍କ ମଧ୍ୟରେ ଗଣ୍ଡେଗାଳ ଆରମ୍ଭ ହୋଇଯାଇଥିଲା।
ସଂଘଷରେ ଗାଜାରେ ୫୫ ଶିଶୁ, ୩୩ ମହିଳାଙ୍କୁ ମିଶାଇ ୧୮୮ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ୧୨୩୦ ଜଣ ଆହତ ହୋଇଛନ୍ତି। ସେହିପରି ଇସ୍ରାଏଲରେ ମଧ୍ୟ ୮ ଜଣଙ୍କର ମୃତ୍ୟୁ ଘଟିଲାଣି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)