pakistan-timeing
ଶ୍ରୀନଗର: ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନରେ ୩ ଯବାନ ସହିତ ହୋଇଥିବା ବେଳେ ୪ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଯାଇଛି। ଗୁରବାର ଉତ୍ତର କାଶ୍ମୀରର ଏଲ୍ଓସିରେକୁ ଲାଗିଥିବା ୩ଟି ସେକ୍ଟରରେ ପକିସ୍ତାନ ସେନା ଆଖିବୁଜା ଗୁଳି ଚଳାଇଥିଲା। ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ବିଏସ୍ଏଫ୍ ଏସ୍ଆଇ ଥିଲେ।
ତେବେ ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନର ଦୃଢ଼ ଜବାବ ଦେଇଛି ଭାରଚ। ସେନାର ଜବାବୀ ଆକ୍ରମଣରେ ପାକିସ୍ତାନର ୭ରୁ ୮ ଯବାନଙ୍କ ମୃତ୍ୟୁ ହୋଇଛି। ଏନେଇ ସେନା ପକ୍ଷରୁ ମିଳିଥିବା ଗୁପ୍ତ ସୂଚନାରୁ ଜଣାପଡ଼ିଛି। ପାକିସ୍ତାନର ମୃତ ଯବାନଙ୍କ ମଧ୍ୟରେ ଦୁଇରୁ ତିନି ଜଣ ଏସ୍ଏସ୍ଜୀ କମାଣ୍ଡର ଥିବା ଜଣାପଡ଼ିଛି।
ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉରୀ ଠାରୁ ଗୁରେଜ ପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତୀ ଉଲ୍ଲଙ୍ଗନ କରାଯାଇଥିଲା। ଯାହାର ଦୃଢ଼ ଯବାବ ଦେଇଛି ଭାରତ।
ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନ ପରେ ସୀମାକୁ ଲାଗି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଗୁରେଜ ଓ ତଙ୍ଗଧାରରୁ କିଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ତେବେ ଗୁଳିବିନିମୟରେ ନିହତ ହୋଇଥିବା ସାଧାରଣ ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପିପୁଲ୍ସ କଂଗ୍ରେସ ନେତା ସଜ୍ଜଦା ଲୋନ। ପୀଡ଼ିତ ପରିବାରକୁ କ୍ଷତିପୂରଣ ସହିତ ଘଟଣାକୁ ନିନ୍ଦା କରିଛନ୍ତି।
ଗୋଟିଏ ପଟେ ଅସ୍ତ୍ରବିରତୀ ଉଲ୍ଲଙ୍ଘନ ଚାଲିଥିବା ବେଳେ ଜାମ୍ମୁ-କାଶ୍ମୀରର କେରନ ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଅନୁପ୍ରବେଶକୁ ଉଦ୍ୟମ କରିଥିଲା। ଯାହାକୁ ପଣ୍ଡ କରିଦେଇଛନ୍ତି ଭାରତୀୟ ଯବାନ।
ସୁରକ୍ଷା ଦୃଷ୍ଟିରୁ କୁପୱାଡାରେ ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ପ୍ରଥମେ କେରନ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା। ଏହି ସମୟରେ ସୀମାରେ ସନ୍ଦିଗ୍ଧ ଗତିବିଧି ଲକ୍ଷ୍ୟ କରାଯାଇଥିଲା
ସୂଚନା ଥାଉକି ପାକିସ୍ତାନ ସେନା ବାରମ୍ବାର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରି ଭାରତରେ ଆତଙ୍କବାଦୀଙ୍କ ପ୍ରବେଶ କରାଇବାକୁ ଚାହୁଁଛି। ନିକଟରେ ପାକିସ୍ତାନର ଏଭଳି ଏକ କାର୍ନାମାର ପର୍ଦ୍ଦାଫାସ୍ କରିଥିଲା ଭାରତୀୟ ସେନା। ନଭେମ୍ବର ୭-୮ ତାରିଖରେ ପାକିସ୍ତାନ ପଟୁ କିଛି ଲୋକ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଭାରତୀୟ ସେନା ଆତଙ୍କବାଦୀଙ୍କ ଏହି ପ୍ରୟାଶକୁ ପଣ୍ଡ କରିଦେଇଥିଲା।
ଏପଟେ ଭାରତରେ ଅଲ୍କାଏଦା ଅକ୍ରମଣ କରିବା ନେଇ ସତର୍କ କରିଛି ଏନ୍ଆଇଏ। ପଶ୍ଚିମବଙ୍ଗର ବଡ଼ ବଡ଼ ନେତାମାନେ ଆତଙ୍କବାଦୀ ଟାର୍ଗେଟ୍ ରହିଛନ୍ତି ବୋଲି ଏନ୍ଆଇଏ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pakistan-timeing_1625118858.jpg)