/odishatv-khabar/media/post_attachments/uploadimage/library/16_9/16_9_0/Child-Tika_1625223347.jpg)
Child-Tika
ନୂଆଦିଲ୍ଲୀ: ୧୨ରୁ ୧୮ ବୟସ୍କଙ୍କ ପାଇଁ ଲାଗିବ ବିନା ଛୁଞ୍ଚି ବାଲା କରୋନା କବଚ । ଭାରତୀୟ କମ୍ପାନି ଜାଇଡସ୍ କାଡିଲା ଏହାର ତିନି ଡୋଜ୍ ବିଶିଷ୍ଟ ଜାଇକୋଭ୍-ଡି ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଆଜି DCGIର ଅନୁମତି ମାଗିଛି । ତେବେ ଶିଶୁଙ୍କ ଟିକାକରଣ ପାଇଁ ସେରମ୍ ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ କିନ୍ତୁ ଦେଶରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ଲାଗି ଅନୁମତି ମିଳିନି ।
ଅପରପକ୍ଷେ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ପାଇଁ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ସଫଳ କ୍ରିନିକାଲ୍ ଟ୍ରାଏଲ୍ ପରେ ଭାରତୀୟ କମ୍ପାନି ଜାଇଡସ୍ କାଡିଲା ଜାଇକୋଭ୍-ଡି ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଆଜି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଡିିସିଜିଆଇର ଅନୁମତି ଲୋଡ଼ିଛି । ତେବେ ବଡ଼ କଥା ହେଉଛି ଜାଇକୋଭ୍ -ଡି ହେଉଛି ନିଡିଲ୍ ଫ୍ରି ଭ୍ୟାକ୍ସିନ୍ ଅର୍ଥାତ ବିନା ଛୁଞ୍ଚିର ଟିକା ।
୩ଟି ଡୋଜ୍ ବିଶିଷ୍ଟ ଏହି ଟିକାକୁ ପିଲାଙ୍କ ଶରୀରରେ ଫୋଡିବାର ଆବଶ୍ୟକତା ନାହିଁ । ଦେଶର ୫୦ଟି ସେଣ୍ଟରରେ ପାଖାପାଖି ହଜାରେରୁ ଅଧିକ ଶିଶୁଙ୍କ ପାଖରେ ପ୍ରୟୋଗ ହୋଇ ସାରିଥିବା ଏହି ଟିକା କୋଭିଡ୍ ବିରୋଧରେ ବେଶ୍ ପ୍ରଭାବଶାଳୀ ବୋଲି ଦାବି କରିଛି କମ୍ପାନି । ଲକ୍ଷଣଯୁକ୍ତ କରୋନା ରୋଗୀଙ୍କଠାରେ ଏହା ୬୬ ପ୍ରତିଶତ ଏବଂ ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କ ଠାରେ ଏହା ଶତ ପ୍ରତିଶତ କାମ କରୁଥିବା ଦାବି କରିଛି ଜାଇଡସ୍ ।
ଅନ୍ୟପଟେ ଶିଶୁଙ୍କୁ ଟିକାକରଣ ପାଇଁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ର ପଦକ୍ଷେପକୁ ଝଟ୍କା ଲାଗିଛି । ସେରମ୍ ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ୨ରୁ ୧୭ ବର୍ଷ ବୟସ୍କଙ୍କ ଉପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କି୍ଲନିକାଲ ଟ୍ରାଏଲ ଲାଗି ଅନୁମତି ପାଇଁ ଲୋଡ଼ାଯାଇଥିବା ଆବେଦନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ପ୍ୟାନେଲ୍ ଅଗ୍ରାହ୍ୟ କରିଥିବା ସୂଚନା ମିଳିଛି । ଅପରପକ୍ଷେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ଖୁବ୍ଶୀଘ୍ର ଗର୍ଭବତୀଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଜାଇକୋଭ୍-ଡିକୁ ଡିସିଜିଆଇର ଅନୁମତି ମିଳିଲେ ଭାରତକୁ ମିଳିବ ପଞ୍ଚମ ଭ୍ୟାକ୍ସିନ୍ । ପୂର୍ବରୁ ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ, ଭାରତ ବାୟୋଟେକ୍ର କୋଭାକ୍ସିନ, ରୁଷୀୟ ଟିକା ସ୍ପୁଟନିକ୍ ଭି ଏବଂ ଆମେରିକାର ମଡର୍ଣ୍ଣା ଟିକାକୁ ଅନୁମତି ମିଳିସାରିଛି ।
ଏପଟେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଭାରତର ଚେତାବନୀ ପରେ ୟୁରୋପିଆନ୍ ୟୁନିଅନ ଶେଷରେ ଭାରତର ଟିକା କୋଭିସିଲ୍ଡକୁ ମାନ୍ୟତା ଦେବାକୁ ବାଧ୍ୟ ହୋଇଛି । ୟୁରୋପିଆନ୍ ୟୁନିଅନ୍ ଦେଶଗୁଡ଼ିକୁ ଯାତ୍ରା ପାଇଁ କୋଭିସିଲ୍ଡ ଟିକାକୁ ଟ୍ରାଭେଲ୍ ପାସ୍ରୁ ବାଦ୍ ଦିଆଯିବାରୁ ଅନୁରୂପ ପଦକ୍ଷେପ ସ୍ୱରୂପ ଭାରତ ମଧ୍ୟ ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ରରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟିନ୍ର ଚେତାବନୀ ଦେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)