/odishatv-khabar/media/post_attachments/uploadimage/library/16_9/16_9_0/naidu_1625286588.jpg)
naidu
ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ ଉପରାଷ୍ଟ୍ରପତିଙ୍କ ଅଫିସିଆଲ୍ ଟୁଇଟର ଆକାଉଣ୍ଟରେ ସୂଚନା ଦିଆଯାଇଛି।
https://twitter.com/VPSecretariat/status/1310970377242202114?s=20
ଟୁଇଟରେ କୁହାଯାଇଛି, ମଙ୍ଗଳବାର ସକାଳେ ନାଇଡୁଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିଲା, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କ ଭିତରେ କରୋନାରେ କୌଣସି ଲକ୍ଷଣ ନଥିଲା ଏବଂ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ରିପୋର୍ଟ ପଜିଟିଭ୍ ଆସିବା ପରେ ନାଇଡୁଙ୍କୁ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ନାଇଡୁଙ୍କ ପତ୍ନୀ ଉଷା ନାଇଡୁଙ୍କୁ ରିପୋର୍ଟ ନେଗେଟିଭ୍ ଆସିଛି ଏବଂ ସେ ସେଲଫ୍ ଆଇସୋଲେସନରେ ଅଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଦେଶର ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)