coronaviryus
ନୂଆଦିଲ୍ଲୀ: ଏବେ କଥା ଆଉ ୩୦ ହଜାର ୪୦ ହଜାରରେ ନାହିଁ, ପ୍ରାୟ ସବୁଦିନ ଦେଶରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବି ଦେଶରେ ଦିନକରେ ୫୪, ୭୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୮୫୩ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ନୂଆ ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭ ହଜାର ୩୬୪କୁ ବୃଦ୍ଧି ହୋଇଛି।
ଆଜି ଚିହ୍ନଟ ହୋଇଥିବା ନୂଆ ୫୪, ୭୩୬ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା କେସ୍ ୧୭ ଲକ୍ଷ ଟପିଛି। ସେଥିମଧ୍ୟରୁ ଦେଶରେ ଆକ୍ଟିଭ୍ କେସ୍- ୫ଲକ୍ଷ ୬୭ହଜାର ୭୩୦ ରହିଥିବା ବେଳେ ୧୧ ଲକ୍ଷ ୪୫ହଜାର ୬୨୯ଜଣ ସୁସ୍ଥ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କରୋନା କେଶ୍ରେ ଦିଲ୍ଲୀ ୧୨ ନମ୍ବର ସ୍ଥାନରେ ରହିଥିବା ଦିଲ୍ଲୀ ସ୍ୱାସ୍ତ୍ୟମନ୍ତ୍ରୀ ସତୈନ୍ତ୍ର ଜୈନ୍ କହିଛନ୍ତି। ସେହିଭଳି ମହାରାଷ୍ଟ୍ରରେ ଆଜି ୯,୬୦୧ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଶନିବାର ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧, ୭୧୯ ରହିଛି। ମହାରାଷ୍ଟ୍ରରେ ଆଜି ୩୨୨ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ମୁମ୍ବାଇରେ ୪୫ ଜଙ୍କର ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫, ୩୧୬ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronaviryus_1625484453.jpg)