/odishatv-khabar/media/post_attachments/uploadimage/library/16_9/16_9_0/corona-5_1626346493.jpg)
corona
ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନାଭାଇରସ୍। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପାଖାପାଖି ୨୩ହଜାର ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଦିନକରେ ମୋଟ ୨୨,୭୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସେହିପରି ୨୪ ଘଣ୍ଟା ଭିତରେ ୪୮୨ ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭ରେ ପହଞ୍ଚିଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୨୦,୬୪୨କୁ ବୃଦ୍ଧି ପାଇଛି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ବ୍ରାଜିଲ୍ ଦ୍ୱିତୀୟ ଓ ଭାରତ ତୃତୀୟରେ ରହିଛି।
କରୋନା କବଳରୁ ଏପର୍ଯ୍ୟନ୍ତ ୪,୫୬,୮୩୧ଜଣ ଲୋକ ସୁସ୍ଥ ହୋଇସାରିଲେଣି। ସେହିପରି ଏବେବି ୨,୬୪,୯୪୪ ସକ୍ରିୟ ମାମଲା ରହିଛି। ଯଦି ଆମେ ଟେଷ୍ଟିଂ କଥା କହିବା, ତାହେଲେ ଜୁଲାଇ ୭ ତାରିଖ ସୁଦ୍ଧା ପୂରା ଦେଶରେ ୧ କୋଟି ୭ଲକ୍ଷରୁ ଅଧିକ ସାମ୍ପଲ୍ ଟେଷ୍ଟ କରାଯାଇଛି। ସେହିପରି ଜୁଲାଇ ୭ ତାରିଖରେ ଅଢ଼େଇ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ଆଗରେ ରହିଛି। ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୨,୧୭,୧୨୧ରେ ପହଞ୍ଚିଛି। ସେହିପରି ତାମିଲନାଡୁରେ ୧,୧୮,୫୯୪, ଦିଲ୍ଲୀରେ ୧,୦୨,୮୩୧ ପଜିଟିଭ୍ ରହିଛନ୍ତି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୯,୨୫୦ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବଡ଼ କଥା ହେଉଛି, ମହାରାଷ୍ଟ୍ରରେ କିଛି ଦିନ ହେବ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ରବିବାର ୭୦୭୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୋମବାର ୬୫୫୫ ଓ ମଙ୍ଗଳବାର ୫୩୬୮ ପଜିଟିଭ୍ ମାମଲା ସାମ୍ନାକୁ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)