Advertisment

ବିନା ଭିସାରେ ବ୍ରାଜିଲ୍‌ ଯାଇପାରିବେ ଭାରତୀୟ

ସାଓ ପାଓଲୋ: ବ୍ରାଜିଲ୍‌ ଭ୍ରମଣ ପାଇଁ ଭାରତୀୟଙ୍କୁ ଭିସାର ଆବଶ୍ୟକ ପଡ଼ିବ ନାହିଁ। ଗୁରୁବାର ଏହି ଘୋଷଣା କରିଛନ୍ତି ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲ୍‌ସୋନାରୋ। ସେ କହିଛନ୍ତି, ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍‌ ପାଇଁ ଚାଇନା ଓ ଭାରତ ପର୍ଯ୍ୟଟକ କିମ୍ବା ବ୍ୟବସାୟୀଙ୍କ ପାଇଁ ଭିସାର ଆବଶ୍ୟକତା ନାହିଁ। ଅର୍ଥାତ୍‌ ଏମାନେ ବିନା ଭିସାରେ ବ୍ରାଜିଲ୍‌ ଭ୍ରମଣ କରିପାରିବେ। କୌଣସି ସରକାରୀ କାର୍ଯ୍ୟରେ ଚାଇନା ଯାଇଥିବା ବେଳେ ଏପରି ଘୋଷଣା କରିଛନ୍ତି ବୋଲ୍‌ସୋନାରୋ। ଏଇ ବର୍ଷ ବୋଲ୍‌ସୋନାରୋ […]

author-image
Abinash Pati
ବିନା ଭିସାରେ ବ୍ରାଜିଲ୍‌ ଯାଇପାରିବେ ଭାରତୀୟ

d

ସାଓ ପାଓଲୋ: ବ୍ରାଜିଲ୍‌ ଭ୍ରମଣ ପାଇଁ ଭାରତୀୟଙ୍କୁ ଭିସାର ଆବଶ୍ୟକ ପଡ଼ିବ ନାହିଁ। ଗୁରୁବାର ଏହି ଘୋଷଣା କରିଛନ୍ତି ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲ୍‌ସୋନାରୋ। ସେ କହିଛନ୍ତି, ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍‌ ପାଇଁ ଚାଇନା ଓ ଭାରତ ପର୍ଯ୍ୟଟକ କିମ୍ବା ବ୍ୟବସାୟୀଙ୍କ ପାଇଁ ଭିସାର ଆବଶ୍ୟକତା ନାହିଁ। ଅର୍ଥାତ୍‌ ଏମାନେ ବିନା ଭିସାରେ ବ୍ରାଜିଲ୍‌ ଭ୍ରମଣ କରିପାରିବେ। କୌଣସି ସରକାରୀ କାର୍ଯ୍ୟରେ ଚାଇନା ଯାଇଥିବା ବେଳେ ଏପରି ଘୋଷଣା କରିଛନ୍ତି ବୋଲ୍‌ସୋନାରୋ।

Advertisment

ଏଇ ବର୍ଷ ବୋଲ୍‌ସୋନାରୋ ବ୍ରାଜିଲ୍ ଶାସନକଳର ମଙ୍ଗ ଧରିବା ପରେ କେତେକ ବିକାଶୀଳ ରାଷ୍ଟ୍ରପାଇଁ ଭିସା ନିୟମକୁ କୋହଳ କରିଛନ୍ତି। ଏହା ପୂର୍ବରୁ ଆମେରିକା, କାନାଡ଼ା, ଜାପାନ ଏବଂ ଅଷ୍ଟ୍ରେଲିଆକୁ ଭିସା ଫ୍ରି କରିଥିଲା ବ୍ରାଜିଲ୍।

Advertisment
Advertisment