missail
ନୂଆଦିଲ୍ଲୀ: ଭାରତୀୟ ନୌସେନାର ସଠିକ୍ ନିଶାନା। ଗୋଟିଏ ମିଶାଇଲ୍ର ଆଟାକ୍ରେ ବୁଡ଼ିଗଲା ଯୁଦ୍ଧପୋତ। ଭାରତୀୟ ନୌସେନା ପକ୍ଷରୁ ଏକ ଯୁଦ୍ଧାଭ୍ୟାସ ବେଳର ଏକ ଭିଡିଓ ଶେୟାର କରାଯାଇଛି। ଏହି ସମୟରେ ନୌସେନା ପକ୍ଷରୁ ଏକ ଆଣ୍ଟି-ସିପ୍ ମିଶାଇଲ ପରୀକ୍ଷଣ କରାଯାଇଥିଲା।
ଏକ ପୁରୁଣା ଜାହାଜକୁ ଟାର୍ଗେଟ୍ କରି ଯୁଦ୍ଧପୋତ INS ପ୍ରବଳରୁ ଏହି ମିଶାଇଲ୍ ଲଞ୍ଚ କରାଇଯାଇଥିଲା। ଲକ୍ଷ୍ୟ ଏତେ ସିଠିକ୍ ଥିଲା ଯେ ଲଞ୍ଚ ହୋଇଥିବା ମିଶାଇଲ୍ଟି ଯାଇ ପୁରୁଣା ଜାହାଜରେ ବାଜିଥିଲା। ଜାହାଜଟି ଗଭୀର ସମୁଦ୍ରରେ ବୁଡ଼ିଯାଇଥିଲା।
ସୂଚନା ଥାଉକି,INS ପ୍ରବଳ ଯୁଦ୍ଧପୋତରେ ଋଷ ନିର୍ମିତ KH-35 'Uran' ଆଣ୍ଟି-ସିପ୍ ମିଶାଇଲ ଲଗାଇଯାଇଛି। ଏହି ମିଶାଇଲର ମାରକ କ୍ଷମତା ୧୩୦ କିମି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/missail_1625193723.jpg)