Advertisment

ଗଭୀର ସମୁଦ୍ରରେ ଫସିଗଲା ମାଲବାହୀ ଜାହାଜ

ମୁମ୍ବାଇ: ମହାରାଷ୍ଟ୍ରରେ ସମୁଦ୍ରରେ ଫସିରହିଥିବା ମାଲବାହୀ ଜାହାଜରେ ଥିବା ସମସ୍ତ କ୍ରିଉ ମେମ୍ବରଙ୍କୁ କୋଷ୍ଟଗାଡ୍ ଦ୍ୱାରା ଉଦ୍ଧାର କରାଯାଇଛି । ଆଜି ସକାଳୁ ରାଇଗଡ ଜିଲ୍ଲାର ରେଭଦଣ୍ଡା ପୋର୍ଟ ଅଞ୍ଚଳରେ ଏମ୍.ଭି ମଙ୍ଗଲମ୍ ନାମକ ଏକ ମାଲବାହୀ ଜାହାଜ ସମୁଦ୍ର ମଧ୍ୟରେ…

author-image
Chandan Shishu
ଗଭୀର ସମୁଦ୍ରରେ ଫସିଗଲା ମାଲବାହୀ ଜାହାଜ

ship

ମୁମ୍ବାଇ: ମହାରାଷ୍ଟ୍ରରେ ସମୁଦ୍ରରେ ଫସିରହିଥିବା ମାଲବାହୀ ଜାହାଜରେ ଥିବା ସମସ୍ତ କ୍ରିଉ ମେମ୍ବରଙ୍କୁ କୋଷ୍ଟଗାଡ୍ ଦ୍ୱାରା ଉଦ୍ଧାର କରାଯାଇଛି । ଆଜି ସକାଳୁ ରାଇଗଡ ଜିଲ୍ଲାର ରେଭଦଣ୍ଡା ପୋର୍ଟ ଅଞ୍ଚଳରେ ଏମ୍.ଭି ମଙ୍ଗଲମ୍ ନାମକ ଏକ ମାଲବାହୀ ଜାହାଜ ସମୁଦ୍ର ମଧ୍ୟରେ ଫସିରହିଥିଲା । ଜାହାଜରେ ମୋଟ୍ ୧୬ ଜଣ କ୍ରିଉ ମେମ୍ବର ଥିଲେ। ଖରାପ ପାଗ ଯୋଗୁଁ ଏମ୍.ଭି ମଙ୍ଗଲମ ଜାହାଜ ରେଭଦଣ୍ଡା ପୋର୍ଟଠାରୁ ପ୍ରାୟ ୩ କିଲୋମିଟର ଦୂରରେ ସମୁଦ୍ର ମଝିରେ ଫସିରହିଥିଲା। ଜାହାଜର ଅଧା ଅଂଶ ପାଣିରେ ବୁଡିରହିଥିଲାଯ।
ସମୁଦ୍ର ଜୁଆର ମାଡରେ ଜାହାଜ ଦବୁଥିବାରୁ ସମସ୍ତ କ୍ରିଉ ମେମ୍ବର ମଧ୍ୟ ଭୟଭୀତ ଅବସ୍ଥାରେ ରହିଥିଲେ। ଖବର ପାଇବା ପରେ ଭାରତୀୟ କୋଷ୍ଟଗାର୍ଡ ଦ୍ୱାରା ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ୍। ଭାରତୀୟ କୋଷ୍ଟଗାର୍ଡର ଏକ ଜାହାଜ ଏବଂ ଦୁଇଟି ହେଲିକପ୍ଟର ରେସ୍କ୍ୟୁ ଅପରେସନରେ ସାମିଲ ସାମିଲ ହୋଇଥିଲେ। ଦୀର୍ଘ ସମୟ ଧରି ଉଦ୍ଧାରକାର୍ଯ୍ୟ ଚାଲିବା ପରେ କୋଷ୍ଟଗାର୍ଡ ଦ୍ୱାରା ସମସ୍ତ ୧୬ କ୍ରିଉ ମେମ୍ବରଙ୍କୁ ସଫଳତାର ସହିତ ଉଦ୍ଧାର କରାଯାଇଛି।
Advertisment
Advertisment
Advertisment