/odishatv-khabar/media/post_attachments/uploadimage/library/16_9/16_9_0/coast-guard_1624602903.jpg)
Indian coast guard
ନୂଆଦିଲ୍ଲୀ: କମାଲ ଦେଖାଇଲେ ଇଣ୍ଡିଆନ କୋଷ୍ଟଗାର୍ଡ। ଆଣ୍ଡାମାନ ପୋର୍ଟବ୍ଲେୟାର ଉପକୂଳରେ ଏକ ଡଙ୍ଗା ବୁଡ଼ି ଯାଉଥିବା ବେଳେ ଡଙ୍ଗାର ୯ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଭାରତୀୟ କୋଷ୍ଟଗାର୍ଡ। କୋଷ୍ଟଗାର୍ଡ ଜାହାଜ ସି-୧୪୬ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଚିକିତ୍ସା ପାଇଁ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ବୋଟ୍ଟି କିଛି ନିର୍ମାଣ ସାମଗ୍ରୀ ଧରି ମଙ୍ଗଳବାର ଦିନ ୧ଟା ୪୦ରେ ନିର୍ମାଣ ଉପକରଣ ଧରି ପୋର୍ଟ ବ୍ଲେୟାର ଉପକୂଳ ଛାଡ଼ିଥିଲା । ବୁଧବାର ସକାଳ ୬ଟା ସୁଦ୍ଧା ଏହା ହଟୱେ ଉପକୂଳରେ ପହଞ୍ଚିବାର ଥିଲା। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ପହଞ୍ଚି ପାରି ନଥିଲ।
ଆଇସିଜିଙ୍କୁ ବୁଧବାର ଦିନ ସୂଚନା ମିଳିଥିଲା, ଗଙ୍ଗା-୧ ଡଙ୍ଗା ଆଣ୍ଡାମାନ ନିକୋବର ଦ୍ୱୀପର ପୋର୍ଟ ବ୍ଲେୟାରଠାରୁ ପ୍ରାୟ ୩୦ ନଟିକାଲ ମାଇଲ୍ସ ଦୂରରେ ଅଛି। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାରେ ପାଣି ପଶି ଯାଇଥିଲା। ଆଇସିଜି ସିଗ୍ନାଲ ପାଇବା କ୍ଷଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ଏବଂ ୯ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)