/odishatv-khabar/media/post_attachments/uploadimage/library/16_9/16_9_0/5-1_1625050952.jpg)
5
ନୂଆଦିଲ୍ଲୀ: ଟାଇମସ୍ ମାଗାଜିନ୍ର ପ୍ରଥମ କିଡ୍ ଅଫ୍ ଦ ଇଅର ଜଣେ ଭାରତୀୟ ବଂଶୋଦ୍ଭବ ହୋଇଛନ୍ତି। ଆମେରିକା ବାସିନ୍ଦା-ଭାରତୀୟ ବଂଶୋଦ୍ଭବ ଗୀତାଞ୍ଜଳି ରାଓ ତାଙ୍କର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ପାଇଁ ଏହି ଟାଇଟଲ୍ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି।
ପ୍ରଦୂଷିତ ପାନୀୟ ଜଳଠାରୁ ଆରମ୍ଭ କରି ଓପିଓଏଡ୍ ନିଶା ଏବଂ ସାଇବର ବୁଲିଂ ଭଳି ସମସ୍ୟାର ମୁକାବିଲା ପାଇଁ ସେ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ୧୫ ବର୍ଷୀୟ ଗୀତାଞ୍ଜଳି ଆମେରିକା କୋଲରଡୋରେ ବାସ କରନ୍ତି। ପ୍ରଥମ କିଡ୍ ଅଫ୍ ଦ ଇଅର ପାଇଁ ମନୋନୀତ ହୋଇଥିବା ୫ ହଜାର ପିଲାଙ୍କ ମଧ୍ୟରୁ ଗୀତାଞ୍ଜଳିଙ୍କୁ ଏହି ଟାଇଟେଲ୍ ମିଳିଛି।
ଗୀତାଞ୍ଜଳି ନିକଟରେ ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ଯାହାର ନାଁ ରହିଛି ‘କାଇଣ୍ଡଲି’ ପ୍ରାଥମିକ ପର୍ଯ୍ୟାୟରେ ସାଇବର ବୁଲିଂ ଚିହ୍ନଟ କରିବାରେ ଏହି ଆପ୍ କାର୍ଯ୍ୟ କରୁଛି। ଗୀତାଞ୍ଜଳି ‘ଟେଥିସ୍’ ନାମକ ଅନ୍ୟ ଏକ ଆପ୍ଲିକେସନ୍ ପ୍ରସ୍ତୁତ କରିଛନ୍ତି। ଏହି ଆପ୍କୁ ବ୍ୟବହାର କରି କାର୍ବନ୍ ନାନୋଟ୍ୟୁବ୍ ସାହାଯ୍ୟରେ ପାଣିରେ ପ୍ରଦୂଷଣର ପରିମାଣ ମାପା ଯାଇପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)