Advertisment

ଋଷ ଆୟୋଜିତ ଯୁଦ୍ଧାଭ୍ୟାସରେ ସାମିଲ୍‌ ହେବନି ଭାରତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୫ରୁ ୧୭ ତାରିଖ ମଧ୍ୟରେ ଋଷିଆ ଆୟୋଜନ କରୁଥିବା ସୈନ୍ୟ ଅଭ୍ୟାସରେ ଯୋଗ ଦେବନି ଭାରତ। ଚାଇନା ଓ ପାକିସ୍ତାନ ଏଥିରେ ଭାଗ ନେବେ ବୋଲି  କୁହାଯାଉଥିବାରୁ ଭାରତ ଏପରି ନିଷ୍ପତ୍ତି ନେଇଥିବା ଶୁଣିବାକୁ ମୁଳିଛି। ଏହି ସୈନ୍ୟ ଅଭ୍ୟାସରେ ପାଖାପାଖି ୨୦ଟି ଦେଶ ଭାଗ ନେବେ। ବୈଦେଶିକ ମନ୍ତ୍ରୀ ଏସ୍‌- ଜୈଶଙ୍କର ଓ ସେନା ମୁଖ୍ୟ ବିପିନି ରାୱତଙ୍କ ଉପସ୍ଥିତିରେ ବସିଥିବା ଏକ ଉତ୍ତସ୍ତରୀୟ ବୈଠକର ଏପରି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ ଲଦାଖ […]

author-image
Abinash Pati
ଅଦ୍ୟତନ ହୋଇଛି
ଋଷ ଆୟୋଜିତ ଯୁଦ୍ଧାଭ୍ୟାସରେ ସାମିଲ୍‌ ହେବନି ଭାରତ

military-war

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୫ରୁ ୧୭ ତାରିଖ ମଧ୍ୟରେ ଋଷିଆ ଆୟୋଜନ କରୁଥିବା ସୈନ୍ୟ ଅଭ୍ୟାସରେ ଯୋଗ ଦେବନି ଭାରତ। ଚାଇନା ଓ ପାକିସ୍ତାନ ଏଥିରେ ଭାଗ ନେବେ ବୋଲି  କୁହାଯାଉଥିବାରୁ ଭାରତ ଏପରି ନିଷ୍ପତ୍ତି ନେଇଥିବା ଶୁଣିବାକୁ ମୁଳିଛି। ଏହି ସୈନ୍ୟ ଅଭ୍ୟାସରେ ପାଖାପାଖି ୨୦ଟି ଦେଶ ଭାଗ ନେବେ।

Advertisment

ବୈଦେଶିକ ମନ୍ତ୍ରୀ ଏସ୍‌- ଜୈଶଙ୍କର ଓ ସେନା ମୁଖ୍ୟ ବିପିନି ରାୱତଙ୍କ ଉପସ୍ଥିତିରେ ବସିଥିବା ଏକ ଉତ୍ତସ୍ତରୀୟ ବୈଠକର ଏପରି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ ଲଦାଖ ସୀମାରେ ଚାଇନା ସହିତ ଭାରତର ସୀମା ବିବାଦ ଲାଗି ରହିଛି। ଏପରି ସ୍ଥିତିର ଦୁଇ ଶତ୍ରୁ ରାଷ୍ଟ୍ର ସହିତ ଯୁଦ୍ଧାଭ୍ୟାସ କରିବା ଉଚିତ ମଣୁନି ଭାରତ। ତେଣୁ Kavkaz-2020 ଯୁଦ୍ଧାଭ୍ୟାସରୁ ଇଣ୍ଡିଆ ଓହୋରି ଯାଇଥିବା କୁହାଯାଉଛି। ତେବେ ଏଥିପାଇଁ ନ ଓହରି କରୋନା ପାଇଁ ଯୁଦ୍ଧାଭ୍ୟାସରୁ ଓହରି ଯାଇଥିବା ଭାରତ କହିଛି। ଏନେଇ ଋଷକୁ ସୂଚିତ କରିଦିଆଯାଇଥିବା ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ପ୍ରବକ୍ତା କହିଛନ୍ତି।

ତେବେ ଋଷିଆ ଭାରତର ପୁରୁଣା ବନ୍ଧୁ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଓ ସାମରିକ କ୍ଷେତ୍ରରେ ଉତ୍ତମ ସମ୍ପର୍କ ବି ରହିଛି। ଋଷିଆ ଦ୍ୱାରା ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଛି ଭାରତ। ତେବେ ଏଥର କରୋନା ଭାଇରସ ସଂକ୍ରମଣ ଆଶଙ୍କା ଥିବାରୁ ସୈନ୍ୟମାନଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।

Advertisment
Advertisment
Advertisment