Advertisment

କମିଲା ଆକ୍ରାନ୍ତଙ୍କ ସଂଖ୍ୟା, କିନ୍ତୁ ଦିନକରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା। କିନ୍ତୁ ଏହା ତୁଳନାରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଇଛି। ଦେଶରେ ଗତ ୨୪ ଘଣ୍ଟା ଭିତରେ ୭୫,୮୦୯ ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୮୦,୪୨୩ରେ ପହଞ୍ଚିଛି। ଗତ ଦୁଇ ଦିନ ହେବ ଲଗାତର ୯୦ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ହେଇଥିଲେ। ତେବେ ଦେଶରେ ଗତ ୨୪ ଘଣ୍ଟାରେ ମୋଟ […]

author-image
Ranjeet Kumar Jena
କମିଲା ଆକ୍ରାନ୍ତଙ୍କ ସଂଖ୍ୟା, କିନ୍ତୁ ଦିନକରେ ରେକର୍ଡ ସଂଖ୍ୟକ ମୃତ୍ୟୁ

covid19

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା। କିନ୍ତୁ ଏହା ତୁଳନାରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଇଛି। ଦେଶରେ ଗତ ୨୪ ଘଣ୍ଟା ଭିତରେ ୭୫,୮୦୯ ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୮୦,୪୨୩ରେ ପହଞ୍ଚିଛି। ଗତ ଦୁଇ ଦିନ ହେବ ଲଗାତର ୯୦ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ହେଇଥିଲେ। ତେବେ ଦେଶରେ ଗତ ୨୪ ଘଣ୍ଟାରେ ମୋଟ ୧୧୩୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

Advertisment

https://twitter.com/ANI/status/1303183895479939073?s=20

ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୭୨,୭୭୫ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଆଶ୍ୱସ୍ତିକର କଥା ହେଉଛି ଦେଶରେ ସଂକ୍ରମିତଙ୍କ ସୁସ୍ଥ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟା ଭିତରେ ରେକର୍ଡ ୭୪,୧୨୩ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୩୩,୨୩,୯୫୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେବି ୮,୮୩,୬୯୭ ଆକ୍ଟିସ୍ ମାମଲା ରହିଛି।

ଦେଶରେ କରୋନା ରିକଭରୀ ରେଟ୍ ଏବେ ୭୭.୬୫ ପ୍ରତିଶତରେ ପହଞ୍ଚିଛି। ସେହିପରି ୨୦.୬୪ ପ୍ରତିଶତ ଆକ୍ଟିଭ୍ ମାମଲା ରହିଛି। ମୃତ୍ୟୁହାର ୧.୭୦ ପ୍ରତିଶତରେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୦,୯୮,୬୨୧ ସାମ୍ପଲ୍ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୫,୦୬,୫୦,୧୨୮ ସାମ୍ପଲ୍ ଟେଷ୍ଟ ହୋଇସାରିଛି।

Advertisment
Advertisment
Advertisment