Advertisment

ଆଜି ଦେଶରେ ୬୯,୮୭୮ କରୋନା ପଜିଟିଭ୍‌ ଚିହ୍ନଟ; ମୋଟ ମୃତ୍ୟୁ ସଂଖ୍ୟା ୫୫,୭୯୪

ନୂଆଦିଲ୍ଲୀ: ଏବେ ପ୍ରାୟ ସବୁଦିନ ଦେଶରେ ୭୦ ହଜାର ପାଖାପାଖି କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୬୯,୮୭୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହିତ ୯୪୫ ଜଣଙ୍କର ଜୀବନ ନେଇଛି ଏହି ମହାମହାରୀ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୫,୭୯୪ରେ ପହଞ୍ଚିଥିବା ବେଳେ ମୋଟ […]

author-image
Abinash Pati
ଆଜି ଦେଶରେ ୬୯,୮୭୮ କରୋନା ପଜିଟିଭ୍‌ ଚିହ୍ନଟ; ମୋଟ ମୃତ୍ୟୁ ସଂଖ୍ୟା ୫୫,୭୯୪

coronsaviryd

ନୂଆଦିଲ୍ଲୀ: ଏବେ ପ୍ରାୟ ସବୁଦିନ ଦେଶରେ ୭୦ ହଜାର ପାଖାପାଖି କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୬୯,୮୭୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହିତ ୯୪୫ ଜଣଙ୍କର ଜୀବନ ନେଇଛି ଏହି ମହାମହାରୀ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୫,୭୯୪ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୭୫,୭୦୧ ହୋଇଛି। ଏଥିସହିତ ଆଜି ଦେଶରେ ୬୩, ୬୩୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୨୨,୨୨,୫୭୭ ହୋଇଛି। ମୋଟ ଆକ୍ଟିଭ୍ କେସ୍ ରହିଛି ୬,୯୭,୩୩୦।

ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୩.୮୨% ଆକ୍ଟିଭ୍ କେସ୍‌ ରହିଥିବା ବେଳେ ମୃତ୍ୟୁ ହାର ୧.୮୭%  ଓ ସୁସ୍ଥ ହାର ୭୪.୬୯% ରହିଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି। ଅନ୍ୟପଟେ ନିୟମିତ ଭାବେ କରୋନା ଟେଷ୍ଟିଂ ଜାରି ରଖିଛି ଭାରତ। ଦିନକରେ ଏକ ମିଲିୟନ କରୋନା ଟେଷ୍ଟଂ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

Advertisment

ସେହିଭଳି ମହାରାଷ୍ଟ୍ରରେ ସର୍ବାଧିକ ୨୧ ହଜାର ୬୯୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁ- ୬୩୪୦, କର୍ଣ୍ଣାଟକ- ୪୫୨୨, ଦିଲ୍ଲୀରେ ୪୨୭୦ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Advertisment