Advertisment

୨୪ ଘଣ୍ଟାରେ ଦେଶରେ ୬୩,୪୮୯ କରୋନା ପଜିଟିଭ୍‌ ଚିହ୍ନଟ; ୯୪୪ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୩,୪୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରବିବାର ସୁଦ୍ଧା ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫.୮୯,୬୮୨ ରେ ପହଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ୪୯ ହଜାର ୯୮୦ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା ୬,୭୭,୪୪୪ ଟି କରୋନା ଆକ୍ଟିଭ୍‌ କେସ୍‌ ରହିଛି, ଓ […]

ଅଦ୍ୟତନ ହୋଇଛି
୨୪ ଘଣ୍ଟାରେ ଦେଶରେ ୬୩,୪୮୯ କରୋନା ପଜିଟିଭ୍‌ ଚିହ୍ନଟ; ୯୪୪ ମୃତ୍ୟୁ

corona-cas

Advertisment

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୩,୪୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରବିବାର ସୁଦ୍ଧା ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫.୮୯,୬୮୨ ରେ ପହଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ୪୯ ହଜାର ୯୮୦ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା ୬,୭୭,୪୪୪ ଟି କରୋନା ଆକ୍ଟିଭ୍‌ କେସ୍‌ ରହିଛି, ଓ ୧୮,୬୨,୨୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।

ମହାରାଷ୍ଟ୍ରରେ ସର୍ବାଧିକ ୧୯ ହଜାର ୭୪୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁରେ ୫ ହଜାର ୬୪୧, ଦିଲ୍ଲୀରେ ୪ ହଜାର ୧୮୮, କର୍ଣ୍ଣାଟକରେ ୩ ହଜାର ୮୩୧ଜଣଙ୍କର ମୃତ୍ୟୁ ହୋଇଛି।

Advertisment

ଅଗଷ୍ଟ ୭ ତାରିଖରୁ ଭାରତରେ ଦୈନିକ ୬୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କେବଳ ଅଗଷ୍ଟ ୧୧ ତାରିଖରେ ଏହି ସଂଖ୍ୟା ସାମାନ୍ୟ ଖସି ୫୩,୬୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ, ଅଗଷ୍ଟ 15 ପର୍ଯ୍ୟନ୍ତ 2,93,09,703 ନମୁନା ପରୀକ୍ଷା କରାଯାଇ ସାରିଛି।ସେଥିମଧ୍ୟରୁ 7,46,608 ନମୁନା କେବଳ ଶନିବାର ଦିନ ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ