Advertisment

ଶୀତରେ ବଢ଼ୁଛି କି ପଜିଟିଭ୍ ସଂଖ୍ୟା ? ଆଜି ଚିହ୍ନଟ ହେଲେ ୪୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ନିକଟରେ ଭାରତରେ କରୋନା ସଂକ୍ରମଣ କମିଥିଲା। ଦୈନିକ ୪୦ ହଜାର ତଳକୁ ପଜିଟିଭ୍ ଚିହ୍ନଟ ହେଉଥିଲା। କିନ୍ତୁ ଶୀତ ଆସିବା ପରେ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି ହେଉଛି। ଦୈନିକ ୪୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୪୪,୬୮୪ ପଜିଟିଭି ଚିହ୍ନଟ ହୋଇଛନ୍ତି। ଫଳରେ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୭୩, ୪୭୯ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୫୨୦ ମୃତ୍ୟୁ […]

ଅଦ୍ୟତନ ହୋଇଛି
ଶୀତରେ ବଢ଼ୁଛି କି ପଜିଟିଭ୍ ସଂଖ୍ୟା ? ଆଜି ଚିହ୍ନଟ ହେଲେ ୪୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ

coronavirus

Advertisment

ନୂଆଦିଲ୍ଲୀ: ନିକଟରେ ଭାରତରେ କରୋନା ସଂକ୍ରମଣ କମିଥିଲା। ଦୈନିକ ୪୦ ହଜାର ତଳକୁ ପଜିଟିଭ୍ ଚିହ୍ନଟ ହେଉଥିଲା। କିନ୍ତୁ ଶୀତ ଆସିବା ପରେ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି ହେଉଛି। ଦୈନିକ ୪୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି।

Advertisment

ଗତ ୨୪ ଘଣ୍ଟାରେ ଦେଶରେ ୪୪,୬୮୪ ପଜିଟିଭି ଚିହ୍ନଟ ହୋଇଛନ୍ତି। ଫଳରେ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୭୩, ୪୭୯ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୫୨୦ ମୃତ୍ୟୁ ହୋଇଥିବାରୁ ମୋଟ ମୃତ୍ୟୁ ସଂଖ୍ୟା ୧,୨୯,୧୮୮କୁ ବୃଦ୍ଧି ହୋଇଛି।

Advertisment

ସେହିପରି ଦିନକରେ ଆକ୍ଟିଭ୍‌ କେସ୍ ୩,୮୨୮ କମିବାରୁ ଦେଶର ମୋଟ ଆକ୍ଟିଭ୍‌ କେସ ୪,୮୦,୭୧୯ ହୋଇଥିବା ବେଳେ ୨୪ ଘଣ୍ଟାରେ ୪୭,୯୯୨ ସୁସ୍ଥ ସହିତ ମୋଟ ସୁସ୍ଥ ସଂଖ୍ୟା ୮୧,୬୩,୫୭୨ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡାଟା ଅନୁସାରେ, ଶନିବାର ସୁଦ୍ଧା ଦେଶର ସୁସ୍ଥ୍ୟ ହାର ୯୩.୦୫ ପ୍ରତିଶତ ହୋଇଥିବା ବେଳେ ମୃତ୍ୟୁ ୧.୭୪ ପ୍ରତିଶତ ହୋଇଛି। ଆକ୍ଟିଭ୍‌ କେସ୍‌ ୫.୪୮ ପ୍ରତିଶତ ରହିଛି।

Advertisment

ସେହିପରି ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍‌ ମେଡିକାଲ ରିସର୍ଚ୍ଚର ସୂଚନା ଅନୁସାରେ ନଭେମ୍ବର ୧୩ ତାରିଖ ଶୁକ୍ରବାର ସୁଦ୍ଧା ୯,୨୯,୪୧୯ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ମୋଟ ଟେଷ୍ଟିଂ ସଂଖ୍ୟା ୧୨,୪୦,୩୧,୨୩୦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ