Advertisment

ଦିନକରେ ୧୩,୦୫୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗୋଟିଏପଟେ ଦେଶରେ କରୋନା ଟିକାକରଣ ଜାରି ରହିଛି। ଅନ୍ୟପଟେ ନିୟମିତ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଜି ଦେଇଥିବା ରିପୋର୍ଟରେ ଦିନକରେ ୧୩,୦୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩,୯୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୨୭ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୪୬,୧୮୩ ହୋଇଛି। ସେହିପରି ମୋଟ ସୁସ୍ଥ ସଂଖ୍ୟା ୧,୦୪,୨୩,୧୨୫ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା  ୧,୫୪,୨୭୪ରେ ହୋଇଛି। […]

ଦିନକରେ ୧୩,୦୫୨ କରୋନା ଆକ୍ରାନ୍ତ ଚିହ୍ନଟ

unboxing

Advertisment

ନୂଆଦିଲ୍ଲୀ: ଗୋଟିଏପଟେ ଦେଶରେ କରୋନା ଟିକାକରଣ ଜାରି ରହିଛି। ଅନ୍ୟପଟେ ନିୟମିତ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଜି ଦେଇଥିବା ରିପୋର୍ଟରେ ଦିନକରେ ୧୩,୦୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩,୯୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୨୭ ଜଣଙ୍କର ମୃତ୍ୟୁ ହୋଇଛି।

Advertisment

ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୪୬,୧୮୩ ହୋଇଛି। ସେହିପରି ମୋଟ ସୁସ୍ଥ ସଂଖ୍ୟା ୧,୦୪,୨୩,୧୨୫ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା  ୧,୫୪,୨୭୪ରେ ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ଟିଭ୍କେଶ୍‌ ୧,୬୮,୭୮୪ ରହିଛି।

ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ବା ଆଇସିଏମ୍‌ଆର୍‌ର ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୯. ୬୫ କୋଟି ସାମ୍ପଲ ଟେଷ୍ଟ କରାଯାଇଛି। କେବଳ ଶନିବାର ୭,୫୦,୯୬୪ ଜଣଙ୍କର ସାମ୍ପଲ ଟେଷ୍ଟ କରାଯାଇଛି।

Advertisment

ନିୟମିତ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟା ସାରା ଦେଶରେ ଜାରି ରହିଛି। କରୋନା ଭାଇରସର ୩ ମିଲିୟନ ଡୋଜ୍ ଦେବାର ଭାରତରେ ଅନ୍ୟ ଦେଶ ତୁଳନାରେ ଆଗରେ ରହିଛି।

ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଭାରତ ୩୭,୦୬,୧୫୭ ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି। ଶନିବାର ୨,୦୬,୧୩୦ ଲୋକଙ୍କୁ କରୋନା ଟିକା ଦିଆଯାଇଛି।

Advertisment

ଅନ୍ୟପଟେ ଭାରତକୁ ଆଉ ଏକ କରୋନା ଟିକା ମିଳିବା ନେଇ ଗତକାଲି ଘୋଷାଣା କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଅଦର ପୁନାୱାଲା। ଏ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇ ପୁନାୱାଲା କହିଛନ୍ତି ” ଆମ ସହିତ ନୋଭାଭାକ୍ସର ସହଭାଗିତାରେ ପ୍ରସ୍ତୁତ ହୋଇଥିବା କରୋନା ଭ୍ୟାକ୍ସିନ୍ କରୋନା ରୋଗ ବିରୋଧରେ ଭଲ ପ୍ରଦର୍ଶନ କରିଛି। ଭାରତରେ ଏହାର ପରୀକ୍ଷଣ କରିବା ପାଇଁ ଆମେ ଆବେଦନ ମଧ୍ୟ କରିଛୁ। ୨୦୨୧ ଜୁନ ବେଳକୁ କୋଭୋଭାକ୍ସ ଟିକା ଲଞ୍ଚ ହେବ ବୋଲି ଆଶା।” ଯଦି ଏହାକୁ ସରକାରୀ ଅନୁମୋଦନ ମିଳିଲା ତେବେ ଏହା ଭାରତର ତୃତୀୟ କରୋନା ଭ୍ୟାକ୍ସିନ ହେବ ବୋଲି ପୁନାୱାଲା ସୂଚନା ଦେଇଛନ୍ତି।

ବର୍ତ୍ତମାନ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକାକୁ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି। ଏହିଦୁଇଟି ଟିକାରେ ଟିକାକରଣ ମଧ୍ୟ କରାଯାଉଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ (ଆଇସିଏମ୍‌ଆର୍‌)‌ ଓ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଭାଇରୋଲୋଜି ସହଭାଗିତାରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ କମ୍ପାନୀ କୋଭାକ୍ସିନ୍ ଟିକାକୁ ପ୍ରସ୍ତୁତ କରିଛି।

ଏହା ବାଦ୍ କରୋନା ଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଆଉ ଚାରୋଟି ଟିକା ଲାଇନ୍‌ରେ ରହିଛି। ଭାରତୀୟ କମ୍ପାନୀଗୁଡ଼ିକ ନେତ୍ୱତ୍ୱରେ ଏହି ଟିକାଗୁଡ଼ିକର ଗବେଷଣା ଚାଲିଛି। ଏନେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ଯାଡୁସ କାଡିଲା, ଋଷର ସ୍ପୁଟନିକ ଭି, ବାୟୋଲଜିକାଲ ଇ ଏବଂ ଜେନୋଭା ଆଦି ଭ୍ୟାକ୍ସିନଗୁଡ଼ିକ ଲାଇନ୍‌ରେ ରହିଛନ୍ତି। ଏହାର ଆଡ୍‌ଭାନ୍ସଡ କ୍ଲିନିକାଲ୍ ଟ୍ରାଏଲ୍ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ