Advertisment

ଦେଶରେ କରୋନା ଆକ୍ଟିଭ୍‌ କେସ୍ ଦେଢ଼ ଲକ୍ଷରୁ କମ୍‌; ଦିନକରେ ୧୧,୭୧୩ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧୀର ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ୨୪ ଘଣ୍ଟାରେ ଦେଶରେ ୧୧,୭୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୯୫ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶନିବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ଦିନକରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୧୪,୩୦୪ ହୋଇଛି। ଅନ୍ୟପଟେ ୧୪,୪୮୮ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ […]

ଦେଶରେ କରୋନା ଆକ୍ଟିଭ୍‌ କେସ୍ ଦେଢ଼ ଲକ୍ଷରୁ କମ୍‌; ଦିନକରେ ୧୧,୭୧୩ ପଜିଟିଭ୍ ଚିହ୍ନଟ

coronavirus

Advertisment

ନୂଆଦିଲ୍ଲୀ: ଦେଶରେ ଧୀର ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ୨୪ ଘଣ୍ଟାରେ ଦେଶରେ ୧୧,୭୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୯୫ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶନିବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ଦିନକରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୧୪,୩୦୪ ହୋଇଛି।

Advertisment

ଅନ୍ୟପଟେ ୧୪,୪୮୮ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୦୫,୧୦,୭୯୬ ହୋଇଛି। ସେହିପରି ଦିନକରେ ୯୫ ଜଣଙ୍କର ମୃତ୍ୟୁ ହେବା ପରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୪,୯୧୮ ହୋଇଥିବା ବେଳେ କରୋନା ସକ୍ରିୟା ସଂଖ୍ୟା ୧,୪୮,୫୯୦ ହୋଇଛି।

କରୋନକୁ ମାତ୍ ଦେବା ପାଇଁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେବା ପରଠାରୁ ଲକ୍ଷାଧିକ ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି। ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ୫୪,୧୬,୮୪୯ ଜଣଙ୍କୁ ଟିକା ଦିଆଯାଇ ସାରିଥିବା ବେଳେ ଆକ୍ଟିଭ୍ ସଂଖ୍ୟା ଦେଢ଼ ଲକ୍ଷରୁ କମ୍‌ ରହିଛି। ଦେଶରେ କରୋନା ଆକ୍ଟିଭ୍‌ ସଂଖ୍ୟାରେ ଧୀରେ ଧୀରେ କମିବାରେ ଲାଗିଛି। ଦେଶରେ ମୋଟ ଆକ୍ରାନ୍ତର ମାତ୍ର ୧.୪୦ ପ୍ରତିଶତ ଆକ୍ଟିଭ ରହିଛି।

Advertisment

ଜାତୀୟ ହାର ତୁଳନାରେ ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ସେଥିମଧ୍ୟରୁ ଲାକ୍ଷାଦୀପରେ ସବୁଠାରୁ କମ୍‌ କରୋନା ଆକ୍ରାନ୍ତ ରହିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

ରାଜ୍ୟର କରୋନା ଅପ୍‌ଡେଟ୍‌

ଅନ୍ୟପଟେ ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଛି। ତିନି ଅଙ୍କରୁ ଏବେ ମାତ୍ର ଦୁଇ ଅଙ୍କରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଦିନକରେ ରାଜ୍ୟରେ ୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେଥିମଧ୍ୟରୁ ୪୯ ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୩୩ ଲୋକାଲ କଣ୍ଟାକ୍ଟ ରହିଛି। ସେହିଭଳି ୧୨୨ ଜଣ ସୁସ୍ଥ ମଧ୍ୟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୫୫୪୮ହୋଇଛି। ମୋଟ ସୁସ୍ଥ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଧା ମୋଟ ସୁସ୍ଥ ସଂଖ୍ୟା ୩୩୨୭୩୩ ହୋଇଥିବା ବେଳେ କରୋନା ଆକ୍ଟିଭ୍‌ କେସ୍‌ ୮୫୩ ରହିଛି। ଅନ୍ୟପଟେ ଆଜି ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କର କରୋନା ମୃତ୍ୟୁ ହୋଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ବୃଦ୍ଧା ମହିଳା ପୂର୍ବରୁ ମଧୂମେହ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ