Advertisment

୬୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ; ୭୬ ଦିନରେ ସବୁଠାରୁ କମ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରଭାବ ଦିନକୁ ଦିନ ହ୍ରାସ ପାଉଛି। ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ ହଜାରରେ ସୀମତି ରହିଛି। ଏପରିକି ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ  ୬୦ ହଜାର ୪୭୧…

author-image
Minati Mishra
୬୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ; ୭୬ ଦିନରେ ସବୁଠାରୁ କମ୍‌

Untitled-1

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରଭାବ ଦିନକୁ ଦିନ ହ୍ରାସ ପାଉଛି। ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ ହଜାରରେ ସୀମତି ରହିଛି। ଏପରିକି ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ  ୬୦ ହଜାର ୪୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୭୬ ଦିନ ମଧ୍ୟରେ ଆଜି ସବୁଠାରୁ କମ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୨ ହଜାର ୭୨୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Advertisment

ଗତ କିଛି ସପ୍ତାହ ହେବ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ଲଗାତାର ନିମ୍ନମୁଖୀ ଥିବା ଦେଖିବାକୁ ମିଳିଛି। ୨ୟ ଲହରର ପ୍ରାରମ୍ଭରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଉପରେ ରହୁଥିବାବେଳେ ଏବେ ତାହା ହ୍ରାସ ପାଇଁ ୧ ଲକ୍ଷ ତଳେ ପହଞ୍ଚିଛି।   ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୭୦ ହଜାର ୮୮୧କୁ ବୃଦ୍ଧି ପାଇଛି। ସେହିପରି ମୃତକଙ୍କ ସଂଖ୍ୟା  ୩ ଲକ୍ଷ ୭୭ ହଜାର ୩୧କୁ ବୃଦ୍ଧି ପାଇଛି। ଦେଶରେ ଏବେ ଆକ୍ଟିଭ କେସ ୯,୧୩,୩୭୮ ଥିବାବେଳେ  ସୁସ୍ଥ ହାର ୨,୮୨,୮୦,୪୭୨ ଛୁଇଁଛି।

ଦେଶରେ ୨୪ ଘଣ୍ଟାରେ ୧, ୧୭, ୫୨୫ ଜଣ କରୋନା ମୁକ୍ତ ହୋଇଥିବାବେଳେ ଆଜି ସୁଦ୍ଧା ୨, ୮୨, ୮୦, ୪୭୨ ଜଣ କରୋନାକୁ ମାତ୍‌ ଦେଇ ସାରିଲେଣି। ସେହିପରି ଦେଶରେ ୨୪ ଘଣ୍ଟାରେ ୩୯, ୩୭, ୧୫୪ ଜଣ ଟିକା ନେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ୨୫ କୋଟି ୯୦ ଲକ୍ଷ ୪୪ ହଜାର ୭୨ ଡୋଜ୍ ଟିକାକରଣ ହୋଇ ସାରିଲାଣି। ୨୪ ଘଣ୍ଟା ଭିତରେ ୧୭, ୫୧, ୩୫୮ ନମୂନା ପରୀକ୍ଷା କରାଯାଇଛି।

Advertisment
ଦେଶରେ କରୋନାର ‘ଡେଲଟା’ ଭାରିଏଣ୍ଟର ରୂପାନ୍ତରିତ ରୂପ ଡେଲଟା ପ୍ଲସ୍‌ ଯୋଗୁ ଦେଶରେ ହୁ ହୁ ହୋଇ ବଢ଼ିଥିଲା ସଂକ୍ରମଣ । ତେବେ କରୋନାର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଏବେ ପ୍ରଶ୍ନ ଉଠୁଛି, ଏହି ନୂଆ ଭାରିଏଣ୍ଟ ପୁଣି କ’ଣ ଆତଙ୍କ ରଚିବ ? ସୂଚନା ଅନୁସାରେ, ଡେଲଟା ଭାରିଏଣ୍ଟ ଆଲଫା ଭାରିଏଣ୍ଟ (B.1.117) ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି ।  କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାର କାରଣ ହେଉଛି ଏହି ଡେଲଟା ଭାରିଏଣ୍ଟ୍ । ଆଉ ଏହି ଭାରିଏଣ୍ଟ ଯୋଗୁ ହିଁ ୧୦ ଦିନରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ କିମ୍ବା ତା’ ଠାରୁ ମଧ୍ୟ ଅଧିକ ରେକର୍ଡ କରାଯାଇଥିଲା ।
Advertisment
Advertisment