Advertisment

ଚୀନକୁ ରୋକ୍‌ଠୋକ୍ ଶୁଣାଇଲା ଭାରତ; ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ଆଉ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ

ଲଦାଖ: ଲଦାଖ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ଆଉ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ ବୋଲି ଚୀନକୁ ସଫା ସଫା ଶୁଣାଇ ଦେଇଛି ଭାରତ। ଉଭୟ ଦେଶର ମଧ୍ୟରେ ପଞ୍ଚମ ସାମରିକସ୍ତରୀୟ ଆଲୋଚନା ବେଳେ ଭାରତ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।  ଫିଙ୍ଗର୍ ଥ୍ରିର ଧନ ସିଂହ ଥାପା ପୋଷ୍ଟକୁ ଭାରତ ଛାଡ଼ିବା ପରେ ହିଁ ପୂର୍ବ ସ୍ଥିତିକୁ ଫେରିବାକୁ ଚୀନ କହିଥିଲା। ଏପରିକି ଭାରତ ଏହି ପୋଷ୍ଟରୁ ହଟି ଯାଇଥିବା ବେଜିଂ ଏକତରଫା ଭାବେ କହିଥିଲା। […]

author-image
Abinash Pati
ଚୀନକୁ ରୋକ୍‌ଠୋକ୍ ଶୁଣାଇଲା ଭାରତ; ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ଆଉ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ

china

ଲଦାଖ: ଲଦାଖ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ଆଉ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ ବୋଲି ଚୀନକୁ ସଫା ସଫା ଶୁଣାଇ ଦେଇଛି ଭାରତ। ଉଭୟ ଦେଶର ମଧ୍ୟରେ ପଞ୍ଚମ ସାମରିକସ୍ତରୀୟ ଆଲୋଚନା ବେଳେ ଭାରତ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।  ଫିଙ୍ଗର୍ ଥ୍ରିର ଧନ ସିଂହ ଥାପା ପୋଷ୍ଟକୁ ଭାରତ ଛାଡ଼ିବା ପରେ ହିଁ ପୂର୍ବ ସ୍ଥିତିକୁ ଫେରିବାକୁ ଚୀନ କହିଥିଲା। ଏପରିକି ଭାରତ ଏହି ପୋଷ୍ଟରୁ ହଟି ଯାଇଥିବା ବେଜିଂ ଏକତରଫା ଭାବେ କହିଥିଲା। ଏହାକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରିଛି ଭାରତ। ଏବଂ ଫିଙ୍ଗର ଥ୍ରି ଭାରତ ସୀମାର ବୋଲି ସଫା ସଫା କହିଛି।

Advertisment

ଭାରତ ଅନୁସାରେ LAC ଫିଙ୍ଗର୍ ୮ ଦେଇ ଯାଇଛି। ଆଗରୁ ଭାରତ ପାଟ୍ରୋଲିଂ କରୁଥିବା ଅନେକ ଅଞ୍ଚଳକୁ ଏବେ ବି ଚୀନ ସେନା ମାଡ଼ି ବସିଛନ୍ତି। ଏହାର ସମାଧାନ ପାଇଁ ଦୁଇ ପକ୍ଷ ମଧ୍ୟରେ ଆଉ ଏକ ଆଲୋଚନା ହେବ ବୋଲି ଜଣାପଡ଼ିଛି।  ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳ ସହିତ ଫିଙ୍ଗର ଫୋର୍ ଓ  ଫିଙ୍ଗର-୮ ସୀମାରୁ ଚୀନ ପୂରା ହଟି ଯାଉ ବୋଲି ଦାବି କରୁଛି ଭାରତ। ପିଏଲ୍ଏ ଏବେ ମଧ୍ୟ ଡେପସାଙ୍ଗ ଅଞ୍ଚଳ, ଗୋଗ୍ରା, ପାନଗଙ୍ଗ ହ୍ରଦର ଫିଙ୍ଗର୍ ଅଞ୍ଚଳକୁ ଏବେ ବି ମାଡ଼ି ବସିଛି। ସେହିପରି ଗୋଗ୍ରା ଅଞ୍ଚଳରୁ ୨ କିଲୋମିଚର ପଛକୁ ଚୀନ ଫେରିବାକୁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲେ ବି ତାହା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ।

ସେପଟେ ଚୀନର ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଚାରିରୁ ୬ଟି ସାଟେଲାଇଟର ଆବଶ୍ୟକତା ଥିବା ସୂଚନା ମିଳିଛି। ଚାରି ହଜାର କିଲୋମିଟର LAC ଉପରେ ନଜର ରଖିବା ପାଇଁ ଏହା ସହାୟକ ହେବ।  ସାଟେଲାଇଟରେ ଥିବା ସେନସର ଓ କ୍ୟାମେରା ଦ୍ୱାରା ସୀମାରେ ଯେ କୌଣସି ଗତିବିଧି ଉପରେ ତୀକ୍ଷଣ ନଜର ରଖାଯାଇପାରିବ। ଏପରିକି ଛୋଟଛୋଟ ଜିନିଷ କିମ୍ବା କୌଣସି ବ୍ୟକ୍ତିଙ୍କ ଚଳାଚଳ ଉପରେ ମଧ୍ୟ ସୂଚନା ମିଳିପାରିବ। ସାଟେଲାଇଟ୍ ଦ୍ୱାରା ଚୀନ କିମ୍ବା ଅନ୍ୟ ଶତ୍ରୁ ରାଷ୍ଟ୍ର ସୈନ୍ୟଙ୍କ ଗତିବିଧି ଜାଣିବା ପାଇଁ ବିଦେଶୀ ଏଜେନ୍ସିର ସହାୟତା ନେବା ଆବଶ୍ୟକ ପଡ଼ିବ ନାହିଁ।

Advertisment

ଭାରତର ଏବେ ସ୍ୱଳ୍ପ ସଂଖ୍ୟରେ ମିଲିଟାରୀ ସାଟେଲାଇଟ୍ ରହିଛି। ଏହାଦ୍ୱାରା ସୀମାରେ ଗତିବିଧି ଉପରେ ନଜର ରଖାଯାଇଛି। ଆଉ ଅଧିକ ସାଟେଲାଇଟ ଆସିଲେ ସୀମାରେ ଗତିବିଧି ଉପରେ ଆହୁରି ଅଧିକ ନଜର ରଖାଯାଇ ପାରିବ ବୋଲି ସୂଚନା ମିଳିଛି। କିଛି ଦିନ ତଳେ ଚୀନ ସେନା ପକ୍ଷରୁ LAC ନିକଟରେ ୪୦ ହଜାର ସୈନ୍ୟ ସହ ଭାରତୀୟ ଅଂଚଳକୁ ଦଖଲ କରିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ସେମାନେ ଭାରୀ ଯୁଦ୍ଧାସ୍ତ୍ରର ମଧ୍ୟ ସହାୟତା ନେଇଥିଲେ। ତେଣୁ ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଅତ୍ୟାଧୁନିକ ସାଟେଲାଇଟର ଆବଶ୍ୟକତା ରହିଛି।

Advertisment
Advertisment