Advertisment

ଇଣ୍ଡିଆ ଚାଇନା ଫାଇଟ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଚୀନ୍ ସହ ରକ୍ତାକ୍ତ ସଂଘର୍ଷକୁ ନେଇ ଭାରତୀୟ ସେନାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେନା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଗତକାଲି ଲଦାଖର ଗଲଓ୍ୱାନ ଅଞ୍ଚଳରେ ସଂଘର୍ଷ ଘଟିଥିଲା। ସୀମାରେ କାର୍ଯ୍ୟରତ ୧୭ ଯବାନ ଗୁରୁତର ଆହତ ହୋଇଥିଲେ। ମାଇନସ୍ ତାପମାତ୍ରାରେ ଗୁରୁତର ଅବସ୍ଥାରେ ରହି ସେମାନଙ୍କ ମୃତ୍ୟୁ ହୋଇଥିବା ଏନ୍‌ଆଇ ରିପୋର୍ଟ ପ୍ରକାଶ କରିଛି। ଏଥିସହିତ ସୀମା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ପ୍ରତିଶ୍ରୁତିବଦ୍ଧ ବୋଲି ସେନା କହିଛି। ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, […]

author-image
Abinash Pati
ଇଣ୍ଡିଆ ଚାଇନା ଫାଇଟ୍:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ

china

ନୂଆଦିଲ୍ଲୀ: ଚୀନ୍ ସହ ରକ୍ତାକ୍ତ ସଂଘର୍ଷକୁ ନେଇ ଭାରତୀୟ ସେନାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେନା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଗତକାଲି ଲଦାଖର ଗଲଓ୍ୱାନ ଅଞ୍ଚଳରେ ସଂଘର୍ଷ ଘଟିଥିଲା। ସୀମାରେ କାର୍ଯ୍ୟରତ ୧୭ ଯବାନ ଗୁରୁତର ଆହତ ହୋଇଥିଲେ। ମାଇନସ୍ ତାପମାତ୍ରାରେ ଗୁରୁତର ଅବସ୍ଥାରେ ରହି ସେମାନଙ୍କ ମୃତ୍ୟୁ ହୋଇଥିବା ଏନ୍‌ଆଇ ରିପୋର୍ଟ ପ୍ରକାଶ କରିଛି। ଏଥିସହିତ ସୀମା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ପ୍ରତିଶ୍ରୁତିବଦ୍ଧ ବୋଲି ସେନା କହିଛି।

Advertisment

ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜୁନ୍‌ ୧୫ ତାରିଖରେ ଏଲ୍‌ଏସିଇରେ ଚାଇନା ଓ ଭାରତ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ  ମୋଟ ୨୦ ଜଣ ସହିଦ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ସହିଦ ହୋଇଥିବା ବେଳେ ୧୭ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ତେବେ ମାଇନସ୍‌ ତାପମାତ୍ରା ଯୋଗୁ ଏହି ଯବାନମାନେ ସହିଦ ହୋଇଥିବା ସୂଚନା ଦିଆଯାଇଛି।

ଅନ୍ୟପଟେ ଚୀନ୍ ସହ ରକ୍ତାକ୍ତ ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। CCS ବୈଠକ ଶେଷ ପରେ ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ବୈଠକ ହୋଇଥିବା ସୂଚନା ମିଳିଛି।

Advertisment
Indian Army LAC India China Conflict India-China Face Off
Advertisment
Advertisment