Advertisment

ଦେଶରେ ଦିନକରେ ଚିହ୍ନଟ ହେଲେ ଏକ ଲକ୍ଷ ୬୮ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଡରେଇଲାଣି କରୋନା । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୮ ହଜାର ୯୧୨ ଜଣ କରୋନା ରୋଗୀ ଚିହ୍ନଟ  ହୋଇଛନ୍ତି। ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା  ପ୍ରଥମ। ଏହା ପୂର୍ବରୁ ଏପ୍ରିଲ ୧ ତାରିଖ ୧ ଲକ୍ଷ ୫୨ ହଜାର ୫୬୫ ମାମଲା ସାମ୍ନାକୁ ଆସିଥିଲା। ସେହିପରି ୨୪ ଘଣ୍ଟା ମଧ୍ୟରେ ୯୦୪ ଜଣ ରୋଗୀ ଆଖି ବୁଜିଛନ୍ତି। ଗତ […]

ଦେଶରେ ଦିନକରେ ଚିହ୍ନଟ ହେଲେ ଏକ ଲକ୍ଷ ୬୮ ହଜାର କରୋନା ରୋଗୀ

corona positive

Advertisment

ନୂଆଦିଲ୍ଲୀ: ଡରେଇଲାଣି କରୋନା । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୮ ହଜାର ୯୧୨ ଜଣ କରୋନା ରୋଗୀ ଚିହ୍ନଟ  ହୋଇଛନ୍ତି। ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା  ପ୍ରଥମ। ଏହା ପୂର୍ବରୁ ଏପ୍ରିଲ ୧ ତାରିଖ ୧ ଲକ୍ଷ ୫୨ ହଜାର ୫୬୫ ମାମଲା ସାମ୍ନାକୁ ଆସିଥିଲା। ସେହିପରି ୨୪ ଘଣ୍ଟା ମଧ୍ୟରେ ୯୦୪ ଜଣ ରୋଗୀ ଆଖି ବୁଜିଛନ୍ତି। ଗତ ୬ ମାସ ମଧ୍ୟରେ ଆଜି ସର୍ବାଧିକ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ଘଟିଛି।

Advertisment

ଆଜିର ସଂକ୍ରମିତଙ୍କୁ ମିଶାଇଲେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା  ୧ ଲକ୍ଷ ୭୦ ହଜାର ୧୭୯କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ୍‌ ୧୨, ୦୧,୦୦୯ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୧, ୨୧, ୫୬,୫୨୯।

ଦେଶରେ ୪ଟି ରାଜ୍ୟରେ କରୋନା ଚିନ୍ତା ବଢାଇଛି। ଏହି ୪ଟି ରାଜ୍ୟ ହେଉଛି ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ। ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ହଜାର ଟପିଛି। ଏଠାରେ ୬୩ ହଜାର ୨୯୪ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୩୪୯ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୪.୦୭ ଲକ୍ଷ ଜଣ କରୋନା ସଂକ୍ରମିତ ହୋଇ ସାରିଲେଣି। ୨୭.୮୨ ଲକ୍ଷ ଲୋକ ସସ୍ଥ ହୋଇ ଘରକୁ ଫେରିଥିବାବେଳେ ୫୭, ୯୮୭ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ସେହିପରି ଦିଲ୍ଲୀରେ ଆଜି ୧୦, ୭୭୪ ଜଣ ରୋଗୀ କରୋନା ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଲ୍ଲୀରେ ବର୍ତ୍ତମାନସୁଦ୍ଧା ୭.୨୫ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ୬.୭୯ ଳକ୍ଷ ଲୋକ ସୁସ୍ଥ ହୋଇ ଫେରିଛନ୍ତି। ୧୧, ୨୮୩ ଜଣ ରୋଗୀଙ୍କର ବତ୍ତର୍ମନା ସୁଦ୍ଧା ମୃତ୍ୟୁ ଘଟିଲାଣି।

ୟୁପିରେ ସୋମବାର ୧୫, ୩୫୩ ଜଣ ରୋଗୀ ଚିହ୍ନଟ ହୋଇଥିବେଳେ୬୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧ ଏହି ରାଜ୍ୟରେ ୬.୯୨ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ  ୬.୧୧ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁଦ୍ଧା ୯, ୧୫୨ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ଭାରତରେ ବର୍ତ୍ତମାନସୁଦ୍ଧା ୧୦ କୋଟିରୁ ଅଧିକ ଲୋକ ଭାକ୍ସିନ ନେଇ ସାରିଲେଣି। ଅନ୍ୟ ଦେଶ ତୁଳନାରେ ଭାରତରେ ମାତ୍ର ୮୫ ଦିନ ମଧ୍ୟରେ ଏତେ ସଂଖ୍ୟକ ଲୋକଙ୍କୁ କରୋନା ଟିକା ଦିଆସରିଲାଣି। ଏହି ସମୟ ମଧ୍ୟରେ ଆମେରିକାରେ ୯.୨ କୋଟି ଏବଂ ଚୀନରେ ୬.୧୪ କୋଟି ଲୋକ ଭାକ୍ସିନ ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନ ଅନୁସାରେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଭାରତରେ ମୃତ୍ୟୁ ହାର ସବୁଠାରୁ କମ ରହିଛି। ଦେଶରେ ମୃତ୍ୟୁ ସହାର ୧.୨୮ ପ୍ରତିଶତ ରହିଛି।

Covid-19 India Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ