Advertisment

ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କର କ'ଣ ଲିଙ୍କ୍ ?

ମୁମ୍ବାଇ; ଦିଶା ସାଲିଆନ୍ ମୃତ୍ୟୁ ମାମଲାର ଖୋଳତାଡ଼ କରିବ ସିବିଆଇ। ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର୍ ଦିଶାଙ୍କ ମୃତ୍ୟ କିପରି ହେଲା ? ତାକୁ ନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରିବ। ସୁଶାନ୍ତଙ୍କ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ୍ ହିଁ ଏହାର ତଦନ୍ତ କରିବ। ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କ କଣ ଲିଙ୍କ୍ ରହିଛି। ସେ ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା କରାଯିବ। ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କ ବୟାନ ପରେ ଦିଶା […]

author-image
Abinash Pati
ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କର କ'ଣ ଲିଙ୍କ୍ ?

sushant-sin

ମୁମ୍ବାଇ; ଦିଶା ସାଲିଆନ୍ ମୃତ୍ୟୁ ମାମଲାର ଖୋଳତାଡ଼ କରିବ ସିବିଆଇ। ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର୍ ଦିଶାଙ୍କ ମୃତ୍ୟ କିପରି ହେଲା ? ତାକୁ ନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରିବ। ସୁଶାନ୍ତଙ୍କ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ୍ ହିଁ ଏହାର ତଦନ୍ତ କରିବ।

Advertisment

ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କ କଣ ଲିଙ୍କ୍ ରହିଛି। ସେ ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା କରାଯିବ। ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କ ବୟାନ ପରେ ଦିଶା କାମ କରୁଥିବା କର୍ଣ୍ଣରଷ୍ଟୋନ୍ ସ୍ପୋର୍ଟ ଏଣ୍ଡ ମ୍ୟାନେଜମେଣ୍ଟ କମ୍ପାନୀର ସିଇଓ ବଣ୍ଟି ସଜଦେହଙ୍କୁ ସିବିଆଇ ଜେରା କରିଛି। ସିବିଆଇକୁ ଜେରା ବେଳେ ସିଦ୍ଧାର୍ଥ ଆହୁରି କହିଥିଲେ ଯେ, ଦିଶା ସାଲିଆନଙ୍କ ମୃତ୍ୟୁ ଖବର ଶୁଣି ଅଚନାକ ଅସୁସ୍ଥ ହୋଇପଡ଼ିଥିଲେ ସୁଶାନ୍ତ। ତେଣୁ ଏ ଦିଗକୁ ନେଇ ତଦନ୍ତ କରାଯିବ।

ଅନ୍ୟପଟେ ସୁଶାନ୍ତ ମୃତ୍ୟୁ ମାମଲାର ରହସ୍ୟ ଓ ଖିଅ ଖୋଜୁଥିବା ସିବିଆଇ ଦ୍ୱିତୀୟ ସପ୍ତାହରେ ଯାଞ୍ଚକୁ ଅଧିକ ତ୍ୱରାନିତ କରିଛି। ଆଜି ପୁଣି ଥରେ ରୋଷେୟା ନିରଜ ଏବଂ ସହାୟକ କେଶବଙ୍କୁ ଡାରି ଜେରା କରୁଛି। ତୃତୀୟ ଦିନ ପାଇଁ ସିବିଆଇ ନିକଟରେ ହାଜର ହୋଇ ନିଜ ପକ୍ଷ ରଖୁଛନ୍ତି ରିୟାଙ୍କ ବାପା ଇନ୍ଦ୍ରଜିତ୍ ଚକ୍ରବର୍ତ୍ତୀ। ମୁମ୍ବାଇ ଡିଆରଡିଓ ଗେଷ୍ଟ ହାଉସରେ ସମସ୍ତଙ୍କୁ ପୃଥକ ପୃଥକ ଜେରା କରୁଛନ୍ତି ସିବିଆଇ ଅଧିକାରୀ।

Advertisment

ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ- ଇଡି ଅଫିସରେ ହାଜର ହୋଇଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ତଥା ବିଜନେସ୍ ପାର୍ଟନର ବରୁଣ ମାଥୁର। ସୁଶାନ୍ତଙ୍କ ବ୍ୟବସାୟ ଓ ଆର୍ଥିକ ନେଣ ଦେଣ୍ ସମ୍ବନ୍ଧରେ ଜେରା ପାଇଁ ଡାକିଛି ଇଡି  ଗତକାଲି ମଧ୍ୟ ବରୁନ ମାଥୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଥିଲା।

Advertisment
Advertisment