Advertisment

ନଦୀ କୂଳରେ ବାପ-ଝିଅଙ୍କ ଶବ, ଭାଇରାଲ ଫଟୋ ପୁଣି ଥରେ ସାରା ବିଶ୍ୱକୁ ଦୁଃଖରେ ଭିଜେଇଲା

ସିଉଡାଡ୍‌ ଭିକ୍ଟୋରିଆ: ମୁହଁ ମାଡ଼ି ଏକ ନଦୀରେ ବୁଡ଼ି ରହିଥିବା ଏହି ବାପ ଝିଅଙ୍କ ଫଟୋ ଏବେ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏହି ଫଟୋରେ କୁନି ଝିଅଟିର ମୁହଁ ବାପାଙ୍କ ଟିଶାର୍ଟ ଭିତରେ ଫସିରହିଛି। ଏତେ ଛୋଟ ଝିଅକୁ ନେଇ ଏହି ଯୁବକ ପହଁରି ପହଁରି କେଉଁ ଆଡ଼କୁ ଯାଉଥିଲେ ପ୍ରଶ୍ନର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ସେମାନେ ରିଓ ଗ୍ରେନେଡ୍‌ ନଦୀ ପାର ହୋଇ ମେକ୍ସିକୋରୁ ଆମେରିକା ଯାଉଥିଲେ। ଆଉ ଏହି […]

author-image
Minati Mishra
ନଦୀ କୂଳରେ ବାପ-ଝିଅଙ୍କ ଶବ, ଭାଇରାଲ ଫଟୋ ପୁଣି ଥରେ ସାରା ବିଶ୍ୱକୁ ଦୁଃଖରେ ଭିଜେଇଲା

we-4

ସିଉଡାଡ୍‌ ଭିକ୍ଟୋରିଆ: ମୁହଁ ମାଡ଼ି ଏକ ନଦୀରେ ବୁଡ଼ି ରହିଥିବା ଏହି ବାପ ଝିଅଙ୍କ ଫଟୋ ଏବେ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏହି ଫଟୋରେ କୁନି ଝିଅଟିର ମୁହଁ ବାପାଙ୍କ ଟିଶାର୍ଟ ଭିତରେ ଫସିରହିଛି। ଏତେ ଛୋଟ ଝିଅକୁ ନେଇ ଏହି ଯୁବକ ପହଁରି ପହଁରି କେଉଁ ଆଡ଼କୁ ଯାଉଥିଲେ ପ୍ରଶ୍ନର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

Advertisment

ସେମାନେ ରିଓ ଗ୍ରେନେଡ୍‌ ନଦୀ ପାର ହୋଇ ମେକ୍ସିକୋରୁ ଆମେରିକା ଯାଉଥିଲେ। ଆଉ ଏହି ଫଟୋ ହିଁ ଆମେରିକାରେ ଦେଶାନ୍ତରଣର ଭୟାବହ ସ୍ଥିତି ବାବଦରେ ଅସଲି ଚିତ୍ର ସାମ୍ନାକୁ ଆଣିଛି।

ଏହି ଯୁବକଙ୍କ ନାମ ଓସ୍କାର ମାର୍ଟିନେଜ୍‌ ରମିରେଜ୍‌ ନିଜ ୨୧ ବର୍ଷର ସ୍ତ୍ରୀ ତାନିଆ ଏବଂ ଝିଅ ବାଲେରିଅ ସହିତ ରବିବାର  ଅପରାହ୍ଣରେ ଏହି ବିପଜ୍ଜନକ ଯାତ୍ରାରେ ବାହାରିଥିଲେ। ସ୍ୱପ୍ନ ଥିଲା ଆମେରିକାରେ ରହି ଝିଅକୁ ମଣିଷ କରିବେ । ହେଲେ ଏହା  ଯେ ତାଙ୍କ ଜୀବନର ଶେଷ ଯାତ୍ରା ଥିଲା, ସେ ଜାଣି ନ ଥିଲେ।

Advertisment

ପ୍ରଥମେ ସେ ଝିଅକୁ ଆଣି କୂଳରେ ପହଞ୍ଚିଥିଲେ। ସେଠାରେ ଝିଅକୁ ଛାଡି ପତ୍ନୀ ତାନିଆକୁ ଆଣିବା ପାଇଁ ବାହାରିଲେ। ହେଲେ ଛୋଟ ଝିଅଟି ବୁଝି ପାରି ନ ଥିଲା। ବାପା ପଳାଇ ଯାଉଛନ୍ତି ଭାବି ପାଣିରେ ପଶିଗଲା। ଝିଅ ବୁଡି ଯାଉଥିବା ଦେଖି ଓସ୍କାର କୂଳକୁ ଫେରିଆସି ଝିଅକୁ ଉଦ୍ଧାର କରିଥିଲେ।

publive-image

ସେ ଝିଅକୁ ପିଠିରେ ଟିଶାର୍ଟ ଭିତରେ ଲୁଚାଇ ପହଁରିବା ଆରମ୍ଭ କରିଥିଲେ। କିନ୍ତୁ ଭୟଙ୍କର ସ୍ରୋତ ତାଙ୍କୁ କୂଳରେ ପହଞ୍ଚାଇଥିଲା ସତ, ତା’ପୂର୍ବରୁ ଜୀବନ ନେଇଯାଇଥିଲା।

ଏହି ଘଟଣାର ବେଶ୍‌ କିଛି ଫଟୋ ଚାରିଆଡ଼େ ବ୍ୟାପିଯିବାପରେ ଏବେ ବିଶେଷ କରି ମେକ୍ସିକୋରେ ଏବଂ ଯୁବକ ପୂର୍ବରୁ ରହିଆସୁଥିବା ଏଲ୍‌ ସାଲ୍‌ଭାଡରରେ ପ୍ରବଳ ବିରୋଧ ଆରମ୍ଭ ହୋଇଛି। ଅପ୍ରବାସୀଙ୍କ ପ୍ରତି ସରକାରଙ୍କ ଦାୟିତ୍ୱକୁ ନେଇ ମଧ୍ୟ କଡ଼ା ସମାଲୋଚନା କରାଯାଇଛି।

ଏହି ଚିତ୍ରଟି ପୁଣି ଆଜି ମନେ ପକାଇ ଦେଉଛି ଅତୀତର ସେଇ କୁନି ଝିଅ ଏଲେନ୍‌ କୁର୍ଦ୍ଦିକୁ। ୨୦୧୫ ମସିହରେ ତୁର୍କି ସମୁଦ୍ର କୂଳରେ ପଡ଼ିଥିଲା ଏହି ଝିଅଟିର ଶବ ଯାହା ସାରା ବିଶ୍ୱକୁ ଗୋଟିଏ ମୁହୂର୍ତ୍ତ ପାଇଁ ଦୁଃଖରେ ଭିଜାଇ ଦେଇଥିଲା।

Advertisment
Advertisment