/odishatv-khabar/media/post_attachments/uploadimage/library/16_9/16_9_0/chirag_1625500651.jpg)
chirag
ନୂଆଦିଲ୍ଲୀ: ନିଜ ପିତା ତଥା ସ୍ୱର୍ଗତ ରାମବିଳାସ ପାଶୱାନଙ୍କ ଜୟନ୍ତୀରେ LJP ନେତା ଚିରାଗ ପାଶୱାନ୍ ବିହାରରୁ ଆରମ୍ଭ କରିଛନ୍ତି ଆଶୀର୍ବାଦ ଯାତ୍ରା । ଆଜି ଚିରାଗ ପାଶୱାନ୍ ପାଟନା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀଙ୍କ ତରଫରୁ ବିପୁଳ ସ୍ୱାଗତ କରାଯାଇଥିଲା । ପାଟନା ବିମାନବନ୍ଦର ବାହାରେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଏକତ୍ରିତ ହୋଇଥିଲେ । ଲୋକ ଜନଶକ୍ତି ପାର୍ଟି ତରଫରୁ ଏହି ଆଶୀର୍ବାଦ ଯାତ୍ରା ବିହାରର ହାଜିପୁରରୁ ଆରମ୍ଭ କରାଯାଇଛି ।
ଜନ ସାଧାରଣଙ୍କ ପାଖରେ ପହଞ୍ଚି ସେମାନଙ୍କର ଆଶୀର୍ବାଦ ଲଭିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ଚିରାଗ ପାଶୱାନ୍ । ପିତାଙ୍କ ମୃତ୍ୟୁ ପରେ ନିଜ ଲୋକମାନେ ମୋ’ ସହ ବେଇମାନୀ ଓ ଶତ୍ରୁତା ଆଚରଣ କରିଛନ୍ତି, ମୋର କାହା ନିକଟରେ ଶକ୍ତି ପ୍ରଦର୍ଶନ କରିବାର କ୍ଷମତା ନାହିଁ, କେବଳ ଆଶୀର୍ବାଦ ମାଗିବାକୁ ଏ ଯାତ୍ରାର ଆୟୋଜନ କରାଯାଇଥିବା ଚିରାଗ ପାଶୱାନ କହିଛନ୍ତି ।
ସ୍ୱର୍ଗତ ରାମବିଳାସ ପାଶୱାନଙ୍କ ଜୟନ୍ତୀ ଅବସରରେ ଆଜି ତାଙ୍କ ପୁଅ ତଥା LJP ନେତା ଚିରାଗ ପାଶଓ୍ବାନ ନିଜ ପିତାଙ୍କ ଦ୍ୱାରା ଚରିତ ଏକ ପୁସ୍ତତ ଉନ୍ମୋଚିତ କରିଛନ୍ତି । ପୁସ୍ତକ ଉନ୍ମୋଚନ ଅବସରରେ ଭାବବିହ୍ୱଳ ହୋଇଯାଇଥିଲେ ଚିରାଗ ପାଶୱାନ୍ । ସେ କହିଥିଲେ, ରାମବିଲାସ ପାଶୱାନ ଜଣେ ସିଂହ ଥିଲେ ଓ ମୁଁ ତାଙ୍କର ପୁଅ । ମୁଁ କେବେ ଡରିନି ଲୋକେ ଯେତେ ବିଶ୍ୱାସଘାତ କଲେ ବି, ପଛରୁ ଛୁରୀ ମାରିଲେ ବି ମୁଁ ଡରିବି ନାହିଁ ବୋଲି କହିଛନ୍ତି ଚିରାଗ ପାଶୱାନ । ପିତା ବଞ୍ଚିଥିଲା ବେଳେ ସବୁବେଳେ ସତ୍ୟର ମାର୍ଗରେ ଚାଲି ଲୋକଙ୍କ ସେବା କରିଥିଲେ, ବିଜୟୀ ହୋଇଥିଲେ । ଠିକ୍ ସେହିଭଳି ଆମେ ବି ତାଙ୍କ ଅବର୍ତ୍ତମାନରେ ତାଙ୍କ ପଦାଙ୍କ ଅନୁସରଣ କରିବୁ ବୋଲି କହିଛନ୍ତି ଚିରାଗ ।
ରାମବିଳାସ ପାଶୱାନ୍ ବଞ୍ଚିଥିବା ବେଳେ ଏ ପୁସ୍ତକ ବଡ଼ ଶ୍ରଦ୍ଧାରେ ଲେଖିଥିଲେ । ଆମେ ଭାବିଥିଲୁ ତାଙ୍କ ବଞ୍ଚିବା ସମୟରେ ଏକ ବଡ଼ କାର୍ଯ୍ୟକ୍ରମ କରି ଏ ପୁସ୍ତକର ଉନ୍ମୋଚନ କରିବୁ, କିନ୍ତୁ ତାହା ହୋଇପାରିଲା ନାହିଁ ବୋଲି ଚିରାଗ କହିଛନ୍ତି ।
ଅନ୍ୟପଟଆ LJP ନେତ ସ୍ୱର୍ଗତ ରାମବିଳାସ ପାଶୱାନ୍ଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଦେଶର ଅନେକ ବରିଷ୍ଠ ନେତା ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଲେଖିଛନ୍ତି, ମୋ ବନ୍ଧୁ ରାମବିଳାସଙ୍କୁ ମୁଁ ସବୁବେଳେ ମନେ ପକାଉଛି । ସେ ଭାରତର ଜଣେ ବହୁ ପୁରୁଖା ପାର୍ଲାମେଣ୍ଟାରିଆନ୍ ଥିଲେ । ଜନ ସେବାରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)