Advertisment

ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କୁ କରୋନା

ନୂଆଦିଲ୍ଲୀ: ବଙ୍ଗଳା ଫିଲ୍ମର କିମ୍ବଦନ୍ତି ଅଭିନେତା ସୌମିତ୍ର ଚାଟାର୍ଜୀ କରୋନା ପଜିଟିଭ୍‌ ହୋଇଛନ୍ତି। ତାଙ୍କୁ କୋଲକାତାର ବେଲେ ଭ୍ୟୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ସାମାନ୍ୟ ଜ୍ୱର ଛଡ଼ା ଅନ୍ୟ କୌଣସି ଲକ୍ଷଣ ନାହିଁ। ୮୫ ବର୍ଷୀୟ ସୌମିତ୍ର କରୋନାର ସାମାନ୍ୟ ଲକ୍ଷଣ ଦେବା ପରେ ସୋମବାର କରୋନା ଟେଷ୍ଟ କରାଇଥିଲେ। ଆଜି ସକାଳେ ସେ ପଜିଟିଭ୍ ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ନିଷ୍ପତ୍ତି ନେଇଥିଲେ। […]

ଅଦ୍ୟତନ ହୋଇଛି
ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କୁ କରୋନା

soumitra-chatrjee

Advertisment

ନୂଆଦିଲ୍ଲୀ: ବଙ୍ଗଳା ଫିଲ୍ମର କିମ୍ବଦନ୍ତି ଅଭିନେତା ସୌମିତ୍ର ଚାଟାର୍ଜୀ କରୋନା ପଜିଟିଭ୍‌ ହୋଇଛନ୍ତି। ତାଙ୍କୁ କୋଲକାତାର ବେଲେ ଭ୍ୟୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ସାମାନ୍ୟ ଜ୍ୱର ଛଡ଼ା ଅନ୍ୟ କୌଣସି ଲକ୍ଷଣ ନାହିଁ।

Advertisment

୮୫ ବର୍ଷୀୟ ସୌମିତ୍ର କରୋନାର ସାମାନ୍ୟ ଲକ୍ଷଣ ଦେବା ପରେ ସୋମବାର କରୋନା ଟେଷ୍ଟ କରାଇଥିଲେ। ଆଜି ସକାଳେ ସେ ପଜିଟିଭ୍ ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ତଦାରଖ କରିବା ପାଇଁ ପଶ୍ଚିମବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି।

ବଙ୍ଗଳା ଫିଲ୍ମ ଇଣ୍ଡିଷ୍ଟ୍ରୀର ପ୍ରଖ୍ୟତ ଅଭିନେତା ସୌମିତ୍ର ଚାଟାର୍ଜୀ। କିମ୍ବଦନ୍ତି ଫିଲ୍ମ ନିର୍ମାତା ସତ୍ୟଜିତ ରୟଙ୍କ ସହିତ ମିଶି ସେ ଅନେକ ଫିଲ୍ମରେ କାମ କରିଛନ୍ତି। ତାଙ୍କ ସହିତ ୧୪ଟି ସିନେମାର କାର୍ଯ୍ୟ କରିଛନ୍ତି। ୧୯୫୯ ମସିହାରେ ସତ୍ୟାଜିତଙ୍କ ପିଲ୍ମ ‘ଅପୁର ସଂସାର’ରେ ସେ ଡେବ୍ୟୁ କରିଥିଲେ। ଏହା ବ୍ୟତୀତ ସତ୍ୟଜିତଙ୍କ ନର୍ଦ୍ଦେଶନାରେ ଚାରୁଲତା, ଦେବୀ, ତୀନ କନ୍ୟା, ଘରେ ବାଇରେ, ଗଣଶତ୍ରୁ ଏବଂ ଅନ୍ୟ ଫିଲ୍ମଗୁଡ଼ିକରେ ବି ସେ କାର୍ଯ୍ୟ କରିଛନ୍ତି। ଏଥିସହିତ ‘ଫେଲୁଦା’ ଚରିତ୍ରରେ ସେ ପ୍ରଥମେ ଅଭିନୟ କରିଥିଲେ। କେବଳ ସତ୍ୟଜିତ ରାୟ ନୁହଁନ୍ତି ମ୍ରୃଣାଳ ସେନଙ୍କ ନିର୍ଦ୍ଦେଶନାର ଆକାଶ 'କୁସୁମ ଫିଲ୍ମ'ରେ ବି ସେ ଅଭିନୟ କରିଥିଲେ। ତେବେ ୨୦୧୯ରେ ମୁକ୍ତିଲାଭ କରିଥିବା ବେଙ୍ଗଲି ଫିଲ୍ମ 'ସଞ୍ଜବତୀ'ରେ ଶେଷଥର ପାଇଁ ତାଙ୍କୁ ଦେଖିବାକୁ ମିଳିଥିଲା।

Advertisment

ବଙ୍ଗଳା ସିନେମାରେ ତାଙ୍କର ଅବଦାନ ପାଇଁ ଅନେକ ସମ୍ମାନରେ ସମ୍ମାନୀତ ହୋଇନ୍ତି ସୌମିତ୍ର। ପଦ୍ମ ଭୂଷଣ, ସଙ୍ଗୀତ ନାଟକ ଆକାଡେମୀର ଟାଗୋର ରତ୍ନ, ଏଥିସହିତ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ(୨୦୧୨) ଓ ତିନିଥର ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ପାଇଛନ୍ତି। ୨୦୧୮ରେ ଫ୍ରାନ୍ସ ପକ୍ଷରୁ ତାଙ୍କୁ ଲିଜନ ଅଫ୍‌ ଅନର୍‌ରେ ସମ୍ମାନିତ କରାଯାଇଥିଲା। ଫ୍ରାନ୍ସର ଏହା ସର୍ବୋଚ୍ଚ ନାଗରିକ ସମ୍ମାନ। କିମ୍ବଦନ୍ତୀ ଫିଲ୍ମ ମେକର ସତ୍ୟଜିତ ରାୟଙ୍କୁ ମଧ୍ୟ ଫ୍ରାନ୍ସ ସରକାର ଏହି ସମ୍ମାନରେ ସମ୍ମାନିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ