/odishatv-khabar/media/post_attachments/uploadimage/library/16_9/16_9_0/prakash-javedkar_1625248367.jpg)
prakash-javedkar
ନୂଆଦିଲ୍ଲୀ: ଘରୋଇ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଟିଆର୍ପି ଜାଲିଆତି କରୁଥିବା ନେଇ ଜାତୀୟ ସ୍ତରରେ ଜୋର୍ଦାର୍ ଚର୍ଚ୍ଚା ହେଉଥିବା ବେଳେ ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ଗାଇଡ୍ଲାଇନ ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। କାର୍ଯ୍ୟକ୍ରମ ପ୍ରସାରଣ ବେଳେ କେବୁଲ ଟେଲିଭିଜନ ନେଟୱର୍କ(ରେଗୁଲେସନ) ଆକ୍ଟ ୧୯୯୫ ଅଧିନରେ ଥିବା ପ୍ରୋଗାମ କୋଡ ନିୟମ ନମ୍ବର ୬କୁ ମାନିବାକୁ ଗାଇଡ୍ଲାଇନ୍ ଜାରି ହୋଇଛି।
ଏହି ନିୟମ ବିଷୟରେ ବିସ୍ତୃତ ସୂଚନା ଦେଇ ମନ୍ତ୍ରଣାଳୟ କହିଛି ଯେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ଅଶାଳୀନ, ମାନହାନି ସୂଚକ, ଅର୍ଦ୍ଧ ସତ୍ୟ ଥିବା ଖବର ପ୍ରସାରଣ କରିପାରିବେ ନାହିଁ। ସେହିଭଳି ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀର ଛବିକୁ ଖରାପ କରିବା ଭଳି ଜାଣିଶୁଣି ଖବର ପ୍ରସାରଣ କରିପାରିବେ ନାହିଁ। ଯଦି ସେଭଳି କିଛି ହୁଏ, ତାହେଲେ ଚ୍ୟାନେଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି।
/odishatv-khabar/media/post_attachments/media/Ej4W3yJU8AAYu0W.png)
ଦିନକୁ ଦିନ ଦେଶରେ ଘରୋଇ ନ୍ୟୁଜ ଚ୍ୟାନେଲଗୁଡ଼ିକ ଏମିତି ଅନେକ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି, ଯାହା ର୍ନିଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଗୋଷ୍ଠୀର ଛବିକୁ ଖରାପ କରୁଥିବା ଅଭିଯୋଗ ହେଉଛି। ଏଥିସହ କିଛି ଗଣମାଧ୍ୟମ ଅର୍ଦ୍ଧ ସତ୍ୟ ଖବରକୁ ମଧ୍ୟ ପ୍ରସାରଣ କରିବା ନଜରକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)