Advertisment

ଅଲଗା ହେବେ ବହୁ ଚର୍ଚ୍ଚିତ ଆଇଏଏସ୍‌ ଦମ୍ପତି

ନୂଆଦିଲ୍ଲୀ: ଜଣେ ଥିଲେ ୟୁପିଏସ୍‌ସି ପରୀକ୍ଷାର ରାଙ୍କ-୧ରେ। ଆଉ ଜଣଙ୍କର ଥିଲା ରାଙ୍କ-୨। ଉଭୟ ଟ୍ରେନିଂ ସମୟରେ ପରସ୍ପର ପ୍ରେମରେ ପଡିଲେ ଆଉ ତ’ ପରେ ବିବାହ ପରି ଏକ ବଡ ନିଷ୍ପତ୍ତି ବି ନେଲେ। ସେତେବେଳେ ଏହି ଦୁଇ ଉଚ୍ଚ ଶିକ୍ଷିତ ଅଫିସରଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହେଲା। ଏଠି ଆଲୋଚନା ହେଉଛି ୟୁପିଏସସି ଟପ୍ପର ଟିନା ଡାବି ଏବଂ ୟିପିଏସ୍‌ସି ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ତାଙ୍କ ସ୍ୱାମୀ ଅଥହର ଆମୀର […]

ଅଦ୍ୟତନ ହୋଇଛି
ଅଲଗା ହେବେ ବହୁ ଚର୍ଚ୍ଚିତ ଆଇଏଏସ୍‌ ଦମ୍ପତି

tina-dabi

Advertisment

ନୂଆଦିଲ୍ଲୀ: ଜଣେ ଥିଲେ ୟୁପିଏସ୍‌ସି ପରୀକ୍ଷାର ରାଙ୍କ-୧ରେ। ଆଉ ଜଣଙ୍କର ଥିଲା ରାଙ୍କ-୨। ଉଭୟ ଟ୍ରେନିଂ ସମୟରେ ପରସ୍ପର ପ୍ରେମରେ ପଡିଲେ ଆଉ ତ' ପରେ ବିବାହ ପରି ଏକ ବଡ ନିଷ୍ପତ୍ତି ବି ନେଲେ। ସେତେବେଳେ ଏହି ଦୁଇ ଉଚ୍ଚ ଶିକ୍ଷିତ ଅଫିସରଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହେଲା।

Advertisment

ଏଠି ଆଲୋଚନା ହେଉଛି ୟୁପିଏସସି ଟପ୍ପର ଟିନା ଡାବି ଏବଂ ୟିପିଏସ୍‌ସି ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ତାଙ୍କ ସ୍ୱାମୀ ଅଥହର ଆମୀର ଖାନଙ୍କ ବିଷୟରେ। ଆଶ୍ଚର୍ଯ୍ୟର କଥା ହେଉଛି ଉଭୟ ଏବେ ପରସ୍ପରକୁ ଛାଡପତ୍ର ଦେବାର ନିଷ୍ପତ୍ତି କରିଛନ୍ତି। ଜୟପୁରର ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଦୁହେଁ ଆବେଦନ କରିଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ଏହା ଉପରେ କୋର୍ଟ ଶୁଣାଣି କରିବେ। ଟିନା ଡାବି ୨୦୧୮ରେ ତାଙ୍କ ବ୍ୟାଚ୍ IAS ଟପ୍ପର ଥିଲେ ଏବଂ ଅଥହର ଆମୀର ଖାନଙ୍କୁ ବିବାହ କରିଥିଲେ।

ଦେଖନ୍ତୁ ଟିଜର:ନୂଆବର୍ଷରେ ପ୍ରିୟଙ୍କାଙ୍କ ନୂଆ ଫିଲ୍ମ

ତେବେ ଟିନା ଏବଂ ଅଥହର ଦେଇଥିବା ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, ସେମାନେ ଦୀର୍ଘ ସମୟ ଧରି ଅଲଗା ରହୁଛନ୍ତି। ଆଗକୁ ସେମାନେ ତାଙ୍କ ବିବାହ ଜାରି ରଖିବାକୁ ଚାହୁଁନାହାଁନ୍ତି। ତେଣୁ ଉଭୟଙ୍କ ସହମତି ଅନୁଯାୟୀ ସେମାନେ ଛାଡପତ୍ର ନେବାର ନିଷ୍ପତ୍ତି ନେଇଛନ୍ତି।

Advertisment

publive-imageଗତ କିଛି ମାସ ପୂର୍ବରୁ ଅଥହର ଟିନାଙ୍କୁ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଅନ୍‌ଫଲୋ କରିଦେଇଥିଲେ। ଏହା ପରେ ଟିନା ଟ୍ୱିଟରରୁ ସ୍ୱାମୀଙ୍କୁ ମଧ୍ୟ ଅନୁସରଣ କରିବା ବନ୍ଦ କରିଦେଇଥିଲେ। କିନ୍ତୁ କିଛି ଦିନ ପରେ ସେମାନେ ପରସ୍ପରକୁ ପୁଣିଥରେ ଫଲୋ କରିବା ଆରମ୍ଭ କରିଥିଲେ। ଏହା ସହିତ ଟିନା ବିବାହ ପରେ ତାଙ୍କ ନାଁରୁ ଖାନ ଶବ୍ଦ ହଟାଇବା ସହ ଇନଷ୍ଟାଗ୍ରାମ ବାୟୋରୁ 'କାଶ୍ମୀରୀ ବୋହୂ' ନାଁ ମଧ୍ୟ ହଟାଇ ଦେଇଥିଲେ।

ସୂଚନାଯୋଗ୍ୟ, ଟିନା ଏବଂ ଅଥହର ୨୦୧୮ର ଆଇଏସ୍‌ ଅଫିସର। ୨୦୧୫ ମସିହାରେ ଆଇଏଏସ୍ ପରୀକ୍ଷାରେ ଶୀର୍ଷରେ ଥିବା ଟିନା ଟ୍ରେନିଂ ସମୟରେ ଅଥହରଙ୍କ ପ୍ରେମରେ ପଡିଯାଇଥିଲେ।  ଦୁହେଁ ୨୦୧୮ ମସିହାରେ ବିବାହ କରିଥିଲେ। ଉଭୟ ବର୍ତ୍ତମାନ ଜୟପୁରରେ ପୋଷ୍ଟ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ