Advertisment

ଗର୍ଭବତୀ ସ୍ତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ୧୧୭୦ କିମି ସ୍କୁଟି ଚଳାଇଲେ ସ୍ୱାମୀ

ଗ୍ୱାଲିଅର: କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି କାମ ଅସମ୍ଭବ ନୁହେଁ। ଝାଡ଼ଖଣ୍ଡରେ ରହୁଥିବା ଧନଞ୍ଜୟ ମାଝି ଏହିପରି ଏକ କାମ କରି ଦେଖାଇଛନ୍ତି। ଘର ତାଙ୍କର ଝାଡ଼ଖଣ୍ଡରେ କିନ୍ତୁ ମଧ୍ୟପ୍ରଦେଶରେ ତାଙ୍କ ଚର୍ଚ୍ଚା ଖୁବ୍ ହେଉଛି। ଏହାର କାରଣ ସେ ନିଜ ଗର୍ଭବତୀ ପତ୍ନୀକୁ ୧୧୭୬ କିଲୋମିଟର ପରୀକ୍ଷା ସେଣ୍ଟରରେ ପହଞ୍ଚାଇନ୍ତି। ସେ ପୁଣି ସ୍କୁଟି ଚଳାଇ। ଗୋଡାରୁ ଗ୍ୱାଲିଅରର ଦୂରତା ପାଖାପାଖି ୧୧୭୬ କିମି। ଯିବା ଆସିବାର ମାଧ୍ୟମ କେବଳ ଟ୍ରେନ୍। କରୋନା କଟକଣା କାରଣରୁ ଟ୍ରେନ୍ ବନ୍ଦ ରହିଛି। ବସ୍‌ରେ […]

author-image
Abinash Pati
ଗର୍ଭବତୀ ସ୍ତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ୧୧୭୦ କିମି ସ୍କୁଟି ଚଳାଇଲେ ସ୍ୱାମୀ

jharakhand

ଗ୍ୱାଲିଅର: କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି କାମ ଅସମ୍ଭବ ନୁହେଁ। ଝାଡ଼ଖଣ୍ଡରେ ରହୁଥିବା ଧନଞ୍ଜୟ ମାଝି ଏହିପରି ଏକ କାମ କରି ଦେଖାଇଛନ୍ତି। ଘର ତାଙ୍କର ଝାଡ଼ଖଣ୍ଡରେ କିନ୍ତୁ ମଧ୍ୟପ୍ରଦେଶରେ ତାଙ୍କ ଚର୍ଚ୍ଚା ଖୁବ୍ ହେଉଛି। ଏହାର କାରଣ ସେ ନିଜ ଗର୍ଭବତୀ ପତ୍ନୀକୁ ୧୧୭୬ କିଲୋମିଟର ପରୀକ୍ଷା ସେଣ୍ଟରରେ ପହଞ୍ଚାଇନ୍ତି। ସେ ପୁଣି ସ୍କୁଟି ଚଳାଇ।

Advertisment

ଗୋଡାରୁ ଗ୍ୱାଲିଅରର ଦୂରତା ପାଖାପାଖି ୧୧୭୬ କିମି। ଯିବା ଆସିବାର ମାଧ୍ୟମ କେବଳ ଟ୍ରେନ୍। କରୋନା କଟକଣା କାରଣରୁ ଟ୍ରେନ୍ ବନ୍ଦ ରହିଛି। ବସ୍‌ରେ ଆସିବା ପାଇଁ ମଧ୍ୟ ହାତରେ ଟଙ୍କା ନାହିଁ। କିନ୍ତୁ ଟ୍ରେନ ଓ ବସ୍‌କୁ ଭରସା ନକରି ସେ ତାଙ୍କ ସ୍କୁଟିରେ ପତ୍ନୀ ସୋନି ହେମ୍ୱ୍ରମଙ୍କୁ ଧରି ଅଗଷ୍ଟ ୨୮ ତାରିଖ ଦିନ DLED ପରିକ୍ଷା ଦେବାପାଇଁ ଗ୍ୱାଲିଅର ବାହାରିପଡ଼ିଲେ। ୧୧୭୬ କିମି ଅତିକ୍ରମ ପରେ ସେ ୩୦ ଅଗଷ୍ଟରେ ପରୀକ୍ଷା ସେଣ୍ଟରରେ ପହଞ୍ଚିଥିଲେ।

ଧନଞ୍ଜୟଙ୍କ କହିବା ମୁତାବକ ଆସିବା ପାଇଁ ତାଙ୍କୁ ଘରୋଇ ବସ୍‌ ମିଳିଥିଲା। ହେଲେ ବସରେ ଜଣଙ୍କ ପିଛା ୧୫ହଜାର ଟଙ୍କା ଭଡ଼ା ଲାଗିବ ବୋଲି କହିଥିଲେ। କିନ୍ତୁ ଆମ ପାଖରେ ଏତେ ଟଙ୍କା ନଥିଲା। ଟ୍ରେନରେ ଟିକେଟ କରିଥିଲୁ, ହେଲେ ଟ୍ରେନ ବାତିଲ ହୋଇଯାଇଥିଲା। ଚାକିରି ନଥିବାରୁ ଆମ ପାଖରେ ଯାହା ଟଙ୍କା ଥିଲା ତାହା ଖର୍ଚ୍ଚ ହୋଇଯାଇଥିଲା। ତେଣୁ ଆମେ ଗହଣା ବନ୍ଧାରଖି ୧୦ହଜାର ଟଙ୍କା ଧାର ଆଣି ସ୍କୁଟିରେ ଆସିଥିଲୁ। ପରୀକ୍ଷା ଶେଷକରି ଆମେ ପୁଣି ଗୋଡା ବାହାରିଯିବୁ।

Advertisment
Advertisment
Advertisment