Advertisment

କୋଭିଡ୍ ପରିଚାଳନା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ୍ ପରିଚାଳନା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ନୂଆ ନିର୍ଦ୍ଦେଶାନାମା ଜାରି କରିଛି। ଯାହାକୁ ଅନୁସରଣ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
କୋଭିଡ୍ ପରିଚାଳନା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କଲା କେନ୍ଦ୍ର

wearing mask

ନୂଆଦିଲ୍ଲୀ: କୋଭିଡ୍ ପରିଚାଳନା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ନୂଆ ନିର୍ଦ୍ଦେଶାନାମା ଜାରି କରିଛି। ଯାହାକୁ ଅନୁସରଣ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି, କୋଭିଡ୍ କଟକଣା ନିୟମ କୋହଳ ବେଳେ ଯତ୍ନବାନ ହୁଅନ୍ତୁ। ନିୟମିତ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୈନିକ ସଂକ୍ରମଣ ସ୍ଥିତି ଓ ମେଡିକାଲରେ ଶଯ୍ୟା ସଂଖ୍ୟା ଅନୁଶିଳନ କରାଯିବା ଉଚିତ୍।

Advertisment

ଅଧିକ ଟିପିଆର ଥିବା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉନ୍ନତିକରଣ ଦିଗରେ ପଦକ୍ଷେପ ନେବା ଜରୁରୀ। ସେହିପରି କରୋନା ମୁକିବିଲାର ବଡ଼ ଅସ୍ତ୍ର କେନ୍ଦ୍ରର ୫ ସୂତ୍ରୀ ଫର୍ମୁଲା ଯଥାକ୍ରମେ ଟେଷ୍ଟ-ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ କୋଭିଡ୍‌ ନିୟମ ପାଳନ ଉପରେ ଲଗାତାର ଫୋକସ୍ ଜାରି ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଭାଲ୍ଲା।

କୋଭିଡ୍ ସଂକ୍ରମଣ ଯୋଗୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏବେ ମଳଦ୍ୱାରରୁ ରକ୍ତ ପଡୁଥିବା ନଜରକୁ ଆସିଛି । ସାଇଟୋମେଗାଲୋ ଭାଇରସ୍ ଦ୍ୱାରା ସେମାନେ ସଂକ୍ରମିତ ହୋଇଥିବା ଦିଲ୍ଲୀ ସ୍ଥିତ ସର୍‌ ଗଙ୍ଗାରାମ ହସ୍ପିଟାଲର ଯକୃତ ବିଭାଗ ମୁଖ୍ୟ ଅନୀଲ ଆରୋରା ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ କୋଭିଡର ଦ୍ୱିତୀୟ ଲହରର ଭୟାବହତା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ବର୍ତ୍ତମାନ ପରିସ୍ଥିତିରେ ସମ୍ପୂର୍ଣ୍ଣ ଢିଲା ପଣ ଆଗକୁ ଭାରି ପଡିପାରେ । ନୂଆଦିଲ୍ଲରେ କୋଭିଡ ସ୍ଥିତିର ସମୀକ୍ଷା ପରେ ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ।

Advertisment

ସେପଟେ, କରୋନା ସଙ୍କଟ ମଧ୍ୟରୁ ଦେଶକୁ ମିଳିବ ଆଉ ଏକ ଭ୍ୟାକ୍ସିନ୍ ।  ଖୁବଶ୍ରୀଘ୍ର ଭାରତ ଆସିବ ଆମେରିକାର ମଡର୍ଣ୍ଣା ଟିକା। ଔଷଧ ନିର୍ମାତା କମ୍ପାନୀ ସିପଲା ପକ୍ଷରୁ ହୋଇଥିବା ଆମଦାନୀ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି DCGI। ଏହାପୂର୍ବରୁ କୋଭିସିଲ୍ଡ, କୋଭାକ୍ସିନ ଏବଂ ସ୍ପୁଟନିକ-ଭିକୁ ମଞ୍ଜୁରୀ ଦିଆଯାଇଛି । ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଡର୍ଣ୍ଣା ଟିକାକୁ ପୂର୍ବରୁ ଅନୁମତି ଦେଇଛି WHO । ମଡର୍ଣ୍ଣା ଟିକା ୯୪.୧ ପ୍ରତିଶତ ଫଳପ୍ରଦ ହେଉଥିବା WHO ପକ୍ଷରୁ ଆଳନ କରାଯାଇଛି ।

Advertisment
Advertisment