/odishatv-khabar/media/post_attachments/uploadimage/library/16_9/16_9_0/126485908_10158077924788983_7928307393841287362_n-770x513-1_1620660516.jpg)
126485908_10158077924788983_7928307393841287362_n-770x513
ଗୌହାଟି: ତାଙ୍କ ସ୍ୱପ୍ନ ସତ ହେଲା । ଆସାମର ୧୫ତମ ନୂଆ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱଶର୍ମା ଶପଥ ପାଠ ପରେ ଏହି କଥା କହିଛନ୍ତି ତାଙ୍କ ପତ୍ନୀ ରିଙ୍କି ଭୂୟା ଶର୍ମା । ଆସାମ ରାଜନୀତିର ନେତୃତ୍ୱ ପରିବର୍ତ୍ତନ ପରେ ସର୍ବାନନ୍ଦ ସୋନୱାଲଙ୍କ ସ୍ଥାନରେ ହିମନ୍ତ ବିଶ୍ୱଶର୍ମା ହେବେ ବୋଲି ଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସ୍ୱାମୀ ମୁଖ୍ୟମନ୍ତ୍ରୀ ହେବା ଜାଣିବା ପରେ ରିଙ୍କି କହିଛନ୍ତି ଯେ ମୁଁ ଅନେକ ଦିନ ହେଲାଣି ଏହି କଥା ଉପରେ ଚର୍ଚ୍ଚା କରୁଥିଲି, କିନ୍ତୁ ଏବେ ମୁଁ ବିଶ୍ୱାସ କରିପାରୁନି ।
ହିମନ୍ତଙ୍କ ଶପଥପାଠ ଉତ୍ସବ ପରେ ପତ୍ନୀ ରିଙ୍କି ଗଣମାଧ୍ୟମକୁ କହିଛନ୍ତି ଯେ, ସେ ଘରକୁ ଫେରିଥିଲେ ଓ ମୁଖ୍ୟମନ୍ତ୍ରୀ ଚୟନ କରାଗଲା ବୋଲି କହିଲେ । ତାପରେ ମୁଁ ତାଙ୍କୁ ଚାହିଁକି ପଚାରିଲି, କିଏ? ସେ କିଛି କ୍ଷଣ ପରେ କହିଲେ, ‘ମୋତେ’ । କିଛି ସମୟ ପାଇଁ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।
ଯେବେଠାରୁ ମୁଁ ତାଙ୍କ ସହ ଦେଖା ହୋଇଥିଲି, ସେ ରାଜନୀତି ଉପରେ ଚର୍ଚ୍ଚା କରନ୍ତି । ଆମେ ପ୍ରଥମ ଦେଖା ସାକ୍ଷାତ ସମୟରେ ମୋତେ ୧୭ ବର୍ଷ ହୋଇଥିବା ବେଳେ ତାଙ୍କୁ ୨୨ ବର୍ଷ ହୋଇଥିଲା । ସେ ରାଜନୀତି ଉପରେ ବହୁତ କଥା କୁହନ୍ତି, ଏକଦା ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚାହୁଁଥିଲେ ।
ଯାହାକି ଗତକାଲି ତାଙ୍କ ସ୍ୱପ୍ନର ରାସ୍ତା ଉଜ୍ଜିବୀତ ହୋଇଥିଲା ଯେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କ ପାଇଁ ହୁଏତ ଏହା ଛୋଟ ସପ୍ରାଇଜ ଥିଲା । ତାଙ୍କୁ ଏତେ ବଡ ଦାୟିତ୍ୱ ଦିଆଯିବ ବୋଲି ହିମନ୍ତ ଭାବିପାରିନଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି । ଭୋର ୪ଟାରେ ତାଙ୍କ କାମ ସରିବା ପରେ ସକାଳ ୫.୩୦ରେ ଆମେ ଶୋଇଥିଲୁ । ସେ ଏହି ଦାୟିତ୍ୱକୁ ଗୁରୁତର ସହ ନେଇଛନ୍ତି । ତାଙ୍କ ସ୍ୱପ୍ନ ସତ ହୋଇଛି ।
ସେହିପରି ମଦର୍ସ ଡେ ରେ ପୁଅ ତାର ମାକୁ ବଡ ଉପହାର ଦେଇପାରିଛି ହୋଲି ହିମନ୍ତ ଶର୍ମାଙ୍କ ମା ମୃଣାଳିନୀ ଦେବୀ କହିଛନ୍ତି । ମୁଁ ବହୁତ ଖୁସି । ସେ ଆଗକୁ ବଢୁ ଓ ଲୋକମାନଙ୍କ ସେବା କରୁ ବୋଲି ତାଙ୍କ ମା କହିଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିଥିଲେ । କ୍ରମାଗତ ଦ୍ୱିତୀୟ ଥର ଲାଗି ବିଜେପି ଆସାମରେ ସରକାର ଗଢିଥିବା ବେଳେ ସର୍ବାନନ୍ଦ ସୋନୱାଲଙ୍କ ସ୍ଥାନରେ ହିମନ୍ତ ବିଶ୍ୱଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛିା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)