/odishatv-khabar/media/post_attachments/uploadimage/library/16_9/16_9_0/mumbai-rain_1623231424.jpg)
mumbai rain
ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା। ଆଜି ସକାଳୁ ଏଠାରେ ଆରମ୍ଭ ହୋଇ ଯାଇଛି ବର୍ଷା। ଗୋଟିଏ ଦିନର ବର୍ଷାରେ ଅସ୍ତବ୍ୟସ୍ତ ହୋଇଯାଇଛି ଜୀବନ।
ମୌସୁମୀ ବର୍ଷାରେ ବର୍ଷାରେ ଉବୁଟୁବୁ ମୁମ୍ବାଇ ସହର। ମୁମ୍ବାଇର ବିଭିନ୍ନ ଅଂଚଳରେ ଏବେ ପ୍ରବଳ ବର୍ଷା ହେଉଛି। ଏଥିଯୋଗୁଁ ଅନେକ ଅଂଚଳ ଜଳମଗ୍ନ ହୋଇପଡିଛି । ରାସ୍ତାରେ ପାଣି ଜମି ରହିବା ସହ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି।
ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି । ଲୋକମାନେ ପାଣିରେ ପଶି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ସିଓନ୍ ଅଂଚଳରେ ରେଳଧାରଣାରେ ପାଣି ଜମି ରହିଥିବାରୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।
ପାଣିପାଗ ବିଭାଗ ଅନୁଯାୟୀ, ସକାଳ ୮ଟା ସୁଦ୍ଧା ସାନ୍ତାକ୍ରୁଜରେ ପ୍ରାୟ ୫୯.୬ ମିମି ବର୍ଷା ହୋଇଥିବାବେଳେ କୋଲାବାରେ ୭୭ ମିମି ବର୍ଷା ହୋଇଯାଇଛି। ଏହାବ୍ୟତୀତ ଅଧିକାଂଶ ଅଞ୍ଚଳରେ ୪୦ରୁ ୭୦ ମିମି ବର୍ଷା ହୋଇଯାଇଛି।
ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ଗତକାଲି ରାତିରୁ ମୁମ୍ବାଇ ସହ ଥାନେରେ ପ୍ରବଳ ବର୍ଷା ହେଉଛି। ଆଜିଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ପୂର୍ବାନୁମାନ କରିଛି ।
ବୃହନମୁମ୍ବାଇ ମହାନଗର ପାଳିକା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆରବ ସାଗରରେ ଦ୍ୱିପହରରେ ପାଖାପାଖି ୪ ମିଟରରୁ ଅଧିକ ଉଚ୍ଚର ଲହଡି ଉଠିବାର ସମ୍ଭାବନା ରହିଛି।
ସୂଚନାଥାଉ କି, ସାଧାରଣତଃ ଜୁନ ୧୦ରେ ଦକ୍ଷିଣ ପଶ୍ଚିମ ମୌସୁମୀ ମୁମ୍ବାଇ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଏହା ନିର୍ଦ୍ଧାରିତ ସମୟର ପୂର୍ବରୁ ପହଞ୍ଚିଛି।
#WATCH | Maharashtra: Andheri Subway in Mumbai, closed due to severe waterlogging. Several parts of the city are witnessing waterlogging today due to heavy rainfall. #Monsoonpic.twitter.com/heb4iFJRxd
— ANI (@ANI) June 9, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)