/odishatv-khabar/media/post_attachments/uploadimage/library/16_9/16_9_0/heavy-rain_1623939585.jpg)
heavy rain
ପଶ୍ଚିମବଙ୍ଗରେ ଭୀଷଣ ବର୍ଷାରେ ଜନଜୀବନ ଅସ୍ଥବ୍ୟସ୍ତ ହୋଇପଡିଛି । କୋଲକାତାରେ ଗତକାଲି ରାତିରେ ପ୍ରବଳ ବର୍ଷା ଫଳରେ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଥିଲା । ଲେକ୍ ଗାର୍ଡେନ ଏବଂ ଗଲ୍ଫ ଗ୍ରୀନ ଅଂଚଳରେ ପ୍ରବଳ ବର୍ଷା ଫଳରେ ଲୋକଙ୍କ ଘରେ ପାଣି ପଶିଛି । ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣିରେ ଲୋକେ ଯିବାଆସିବା କରୁଥିବା ଦେଖିବାକୁ ମିଳିଛି । ଅଧିକ ପାଣି ଜମିଥିବାରୁ ରାସ୍ତାରେ ଡ୍ରେନ୍ କେଉଁଠି ଅଛି ଜଣାପଡୁନାହିଁ । ଫଳରେ ଲୋକେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଆଜି ମଧ୍ୟ କୋଲକତାରେ ମେଘୁଆ ପାଗ ସହ ପ୍ରବଳ ବର୍ଷା ନେଇ IMD ପୂର୍ବାନୁମାନ କରିଛି ।
ସେପଟେ ଦିଲ୍ଲୀରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ସହରର ବିଭିନ୍ନ ଅଂଚଳରେ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡିଛି । ଫିରୋଜ ସାହା ରୋଡ, ତାଲକୋଟରା, ଶାସ୍ତ୍ରୀଭବନ ଇତ୍ୟାଦି ଅଂଚଳରେ ଅଧିକ ବର୍ଷା ରେକର୍ଡ ହୋଇଛି । ଅନେକ ସ୍ଥାନରେ ପ୍ରବଳ ପବନ ବହିବା ସହ ବର୍ଷା ହୋଇଥିବା ଜଣାପଡିଛି । ଆଜି ମଧ୍ୟ ଦିଲ୍ଲୀରେ ଘଡଘଡି ସହ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ସହିଭଳି ନେପାଳରେ ମଧ୍ୟ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଅଚାନକ ବନ୍ୟାପାଣି ମାଡି ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହ ଶହ ଘର ଉପରେ ବାଲିଚରି ଯାଇଛି । ଏପରିକି ଅନେକ ସ୍ଥାନରେ ୧୫ରୁ ୨୦ ଫୁଟ ଉଚ୍ଚର କାଦୁଅ ଜମି ରହିଛି । ଗତକାଲି ଲଗାଣ ବର୍ଷା ପରେ ସିନ୍ଧୁପାଲଚୌକ ଜିଲ୍ଲାରେ ଅଚାନକ ପାଣି ମାଡି ଆସିଥିଲା । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, କେହି କିଛି ବୁଝିବା ପୂର୍ବରୁ ସବୁ ପାଣି ସୁଅରେ ଭାସି ଯାଇଥିଲା । ଲୋକମାନେ ନିଜ ଆସବାବପତ୍ର ନେବା ପାଇଁ ମଧ୍ୟ ସମୟ ପାଇ ନଥିଲେ। ବନ୍ୟାପାଣି ମାଡିବା ପରେ କିଛି ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ନେପାଳ ଆର୍ମି ପକ୍ଷରୁ ଯୁଦ୍ଧକାଳୀନ ଅପରେସନ ଚାଲିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଭୁଟାନ ରାଜଧାନୀ ଥିମ୍ପୁଠାରୁ ମାତ୍ର ୬୦ କିମି ଦୂର ଲୟା ପାଖରେ ଏକ ଗ୍ରାମ ସମ୍ପୂର୍ଣ୍ଣ ଧୋଇ ଯାଇଛି। ଗାଁଟି ଦୁଇଟି ପାହାଡ ମଝିରେ ଏକ ନାଳ ନିକଟରରେ ଅବସ୍ଥିତ। ଗ୍ରାମବାସୀ ରାତିରେ ଶୋଇଥିବାବେଳେ ପାଣି ମାଡି ଆସିଥିଲା। ୨ଟି ହେଲିକପ୍ଟର ଲୋକଙ୍କୁ ଉଦ୍ଧାର କରିବା କାମରେ ନିୟୋଜିତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)