Advertisment

କରୋନା ମୃତ୍ୟୁ ସଂଖ୍ୟାରେ ୭୦ % ପୁରୁଷ ୩୦% ମହିଳା

ନୂଆଦିଲ୍ଲୀ: ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ପ୍ରତିଶତ ୧୦ଟି ରାଜ୍ୟରେ ରହିଛନ୍ତି। ଏହି ୧୦ ରାଜ୍ୟ ମଧ୍ୟରୁ ସର୍ବାଧିକ ୨୫ ପ୍ରତିଶତ ମହାରାଷ୍ଟ୍ରରୁ ରହିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କରେ ସୂଚନା ଦେଇ ଏଭଳି କହିଛନ୍ତ ରାଜେଶ ଭୂଷଣ। ସେହିଭଳି କରୋନା ପ୍ରତିଦିନ ସଂକ୍ରମଣରେ କେରଳ ଦେଶର ତୃତୀୟ ସ୍ଥାନରେ ରହିଛି। ସେହିଭଳି ମୃତ୍ୟୁ ସଂଖ୍ୟା ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟ […]

ଅଦ୍ୟତନ ହୋଇଛି
କରୋନା ମୃତ୍ୟୁ ସଂଖ୍ୟାରେ ୭୦ % ପୁରୁଷ ୩୦% ମହିଳା

coronavirus

Advertisment

ନୂଆଦିଲ୍ଲୀ: ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ପ୍ରତିଶତ ୧୦ଟି ରାଜ୍ୟରେ ରହିଛନ୍ତି। ଏହି ୧୦ ରାଜ୍ୟ ମଧ୍ୟରୁ ସର୍ବାଧିକ ୨୫ ପ୍ରତିଶତ ମହାରାଷ୍ଟ୍ରରୁ ରହିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କରେ ସୂଚନା ଦେଇ ଏଭଳି କହିଛନ୍ତ ରାଜେଶ ଭୂଷଣ। ସେହିଭଳି କରୋନା ପ୍ରତିଦିନ ସଂକ୍ରମଣରେ କେରଳ ଦେଶର ତୃତୀୟ ସ୍ଥାନରେ ରହିଛି।

Advertisment

ସେହିଭଳି ମୃତ୍ୟୁ ସଂଖ୍ୟା ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ କରୋନାରେ ମୃତ୍ୟୁ ଘଟୁଥିବା ଲୋକଙ୍କ ମଧ୍ୟରୁ ୭୦% ପୁରୁଷ ଥିବା ବେଳେ ୩୦% ମହିଳା ରହିଛନ୍ତି। ମୃତକଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ସର୍ବାଧିକ ୫୩% ରହିଛି ବୋଲି ସେ ସୂଚନା ଦେଇଛନ୍ତି। ସେହିଭଳି ୨୫ ବର୍ଷରୁ କମ୍ ବୟସରେ ମୃତକଙ୍କ ସଂଖ୍ୟା ମାତ୍ର ୧ ପ୍ରତିଶତ ରହିଥିବା ବେଳେ ୨୬ରୁ ୪୪ ବୟସ ବର୍ଗରେ ମୃତକଙ୍କ ସଂଖ୍ୟା ୧୦% ଓ ୪୫ରୁ ୬୦ ଭିତରେ ୩୫% ଲୋକଙ୍କ ମୃତ୍ୟୁ ଘଟୁଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ଅନ୍ୟପଟେ ଦେଶରେ ଦୈନିକ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମୁଛି। ଗୋଟିଏ ଦିନରେ ୫୫,୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୦୬ ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶର ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯ ହଜାର ୮୫୬କୁ ବୃଦ୍ଧି ପାଇଛି। ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ୭୫ ହଜାର ୮୮୧ରେ ପହଞ୍ଚିଛି।

Advertisment

ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ଟିଭ୍ କେସ୍- ୮,୩୮,୭୨୯ ରହିଥିବା ବେଳେ ୬୨,୨୭,୨୯୬ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ