/odishatv-khabar/media/post_attachments/uploadimage/library/16_9/16_9_0/mask-1_1621073623.jpg)
wear mask
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଯୋଗୁଁ ସ୍ଥିତି ସଂଗୀନ ହେଉଥିବାବେଳେ ସୁରକ୍ଷିତ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି। ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ, ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ୪ ଗୁଣା ଅଧିକ ବେଗରେ ମାଡୁଛି। ଏଣୁ ଏଥିପାଇଁ ଆମକୁ ୪ ଗୁଣା ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ବାହରକୁ ଗଲେ ଡବଲ ମାସ୍କ ଆଉ ଘରେ ରହିଲେ ନିଶ୍ଚିତ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି।
ଘରେ କପଡ଼ା କିମ୍ବା ସର୍ଜିକାଲ ମାସ୍କ ପିନ୍ଧିବାକୁ ସେ କହିଛନ୍ତି। ଅଯଥା ଡାକ୍ତରଖାନା ଯାଇ ଗହଳି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କୋଭିସ୍ଲିଡର ୨ ଡୋଜ୍ ଭିତରେ ଅବଧି ବଢ଼ିବା ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ହଟସ୍ପଟ ଜାଗାରେ ବ୍ୟବଧାନ କମ୍ କରିବା ସପକ୍ଷରେ ସେ ମତ ଦେଇଛନ୍ତି। ଟିକା ନେଲା ପରେ ବି କୋଭିଡ୍ ନିୟମ ପାଳିବାକୁ ସେ ମତ ଦେଇଛନ୍ତି।
ଜୁଲାଇ ସୁଦ୍ଧା ପ୍ରଚୁର ଟିକା ଉତ୍ପାଦନ ହୋଇ ସାରିଥିବ। ଏଣୁ ଟିକାକୁ ନେଇ ଶଙ୍କା ନ କରିବାକୁ ସେ କହିଛନ୍ତି। ସେପଟେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ସମାନ କଥା କହିଛନ୍ତି। ଜୁଲାଇ ସୁଦ୍ଧା ଦେଶରେ ପ୍ରଚୁର ଟିକା ଉପଲବ୍ଧ ହେବ। ଗୁଲେରିଆ କହିଛନ୍ତି କୋଭିସିଲ୍ଡ, କୋଭାକ୍ସିନ ସେମାନଙ୍କ ଉତ୍ପାଦନ ବଢ଼ାଉଛନ୍ତି। ସ୍ପୁଟନିକ-ଭି ବି ପ୍ରଚୁର ପରିମାଣରେ ଆସିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)