Advertisment

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ହାଥରସ ପୀଡ଼ିତାଙ୍କ ବାପା। ଏ କଥା ସେ ନିଜେ କହିଛନ୍ତି। ଅଦିତ୍ୟନାଥଙ୍କ ସହିତ ଫୋନ୍‌ରେ କଥା ହେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ଅଛନ୍ତି ବୋଲି ହାଥରସ ପୀଡ଼ିତାଙ୍କ ବାପା କହିଛନ୍ତି। ପୀଡ଼ିତାଙ୍କ ବାପା ଆହୁରି ମଧ୍ୟ କହିଛନ୍ତି ଯେ ସେ ଉତ୍ତର ପ୍ରଦେଶ ପୁଲିସ ଦ୍ୱାରା ହେଉଥିବା ତଦନ୍ତକୁ ନେଇ ସନ୍ତୁଷ୍ଟ ଅଛନ୍ତି। ଏଥିପାଇଁ କାହାକୁ ଧାରଣାରେ ବସିବା କିମ୍ବା ବିକ୍ଷୋଭ ପ୍ରଦର୍ଶନ କରିବାର […]

author-image
Abinash Pati
ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

yogi

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ହାଥରସ ପୀଡ଼ିତାଙ୍କ ବାପା। ଏ କଥା ସେ ନିଜେ କହିଛନ୍ତି। ଅଦିତ୍ୟନାଥଙ୍କ ସହିତ ଫୋନ୍‌ରେ କଥା ହେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ଅଛନ୍ତି ବୋଲି ହାଥରସ ପୀଡ଼ିତାଙ୍କ ବାପା କହିଛନ୍ତି।

Advertisment

ପୀଡ଼ିତାଙ୍କ ବାପା ଆହୁରି ମଧ୍ୟ କହିଛନ୍ତି ଯେ ସେ ଉତ୍ତର ପ୍ରଦେଶ ପୁଲିସ ଦ୍ୱାରା ହେଉଥିବା ତଦନ୍ତକୁ ନେଇ ସନ୍ତୁଷ୍ଟ ଅଛନ୍ତି। ଏଥିପାଇଁ କାହାକୁ ଧାରଣାରେ ବସିବା କିମ୍ବା ବିକ୍ଷୋଭ ପ୍ରଦର୍ଶନ କରିବାର କୌଣସି ଆବଶ୍ୟକତା ନାହିଁ।

ପୀଡ଼ିତାଙ୍କ ବାପାଙ୍କର ବୟାନ ସେତେବେଳେ ଆସିଛି, ଯେତେବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ହାଥରସ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଯୋଜନା କରିଥିଲେ। କିନ୍ତୁ ଏପରି କରିବାରେ ଉତ୍ତରପ୍ରଦେଶ ପୁଲିସ ତାଙ୍କୁ ରାସ୍ତାରୁ ହିଁ ଅଟକାଇ ଦେଇଛି। ଉଭୟ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକ ମଧ୍ୟ ରଖାଇଯାଇଛି। ତେବେ ପୁଲିସ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଠେଲାପେଲାରେ ରାହୁଲ ତଳେ ପଡ଼ିଯାଇଥିଲେ। ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପତ୍ର ଦାବି କରିଛନ୍ତି ପ୍ରିୟଙ୍କା।

Advertisment

ପୀଡ଼ିତାଙ୍କ ବାପା ତାଙ୍କ ବୟାନରେ ସିଏମ୍‌ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଦେବା ସହିତ ଯେଉଁମାନେ ଏହି ଖରାପ ସମୟରେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି, ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Advertisment
Advertisment