/odishatv-khabar/media/post_attachments/uploadimage/library/16_9/16_9_0/farmer_1625272488.jpg)
farmer
ବାରାଣସୀ: ସାରା ଦେଶରେ ହାଥରସ ଘଟଣା ପାଇଁ ଜନ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ସ୍ଥାନେ ସ୍ଥାନେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ୟୁପି ସରକାରଙ୍କର ପୀଡ଼ିତାଙ୍କ ପରିବାରକୁ କାହାକୁ ଭେଟିବାକୁ ନ ଦିଆଯିବା ନିଷ୍ପତ୍ତିକୁ ଚାରିଆଡ଼ୁ ବିରୋଧ କରାଯାଉଛି। ହାଥରସ ଅସନ୍ତୋଷର ନିଆଁ ବାରାଣସୀରେ ବି ଦେଖିବାକୁ ମିଳିଛି।
ଏଠାରେ କେନ୍ଦ୍ରମନ୍ତ୍ରୀ ସ୍ମୃତୀ ଇରାନୀଙ୍କ ଗାଡ଼ିକୁ ଅଟକାଇଛନ୍ତି କଂଗ୍ରେସ କର୍ମୀ। ହାଥରସ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିବା ସହିତ ସରକାରୀ ବିରୋଧୀ ନାରାବାଜୀ ବି ଦେଇଛନ୍ତି। ମନ୍ତ୍ରୀଙ୍କ ଗାଡ଼ି ଅଟକାଇବା ସହିତ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ସେମାନେ ଦାବି କରିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ସମସ୍ତ ଦଳୀୟ କର୍ମୀଙ୍କୁ ଗିରଫ କରାଯାଇଥିବା କଂଗ୍ରେସ ପ୍ରବକ୍ତା ଲଲନ କୁମାର କହିଛନ୍ତି।
ସୂଚନା ଥାଉକି, ସ୍ମୃତି ଇରାନୀ ବାରାଣସୀରେ କୃଷି ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରଣାସୀ ଯାଉଥିଲେ। ସେଠାରେ ତାଙ୍କର ଚାଷୀଭାଇ ଓ କୃଷିବିଜ୍ଞାନୀମାନଙ୍କୁ ସମ୍ବୋଧନ କରିବାର ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)