/odishatv-khabar/media/post_attachments/uploadimage/library/16_9/16_9_0/rahat-1_1625443249.jpg)
rahat
କୋଲକାତା: ରାମ ମନ୍ଦିର ନିର୍ମାଣ ନେଇ ଶୁଭେଚ୍ଛା ଜଣାଇବାରୁ କ୍ରିକେଟର ମହମ୍ମଦ ଶାମୀଙ୍କ ପୂର୍ବତନ ପତ୍ନୀ ହସିନ ଜାହାଁନଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଛି। ଏ ନେଇ ସୋମବାର ସୂଚନା ଦେଇଛି କୋଲକାତା ପୁଲିସ।
ହସିନ୍ ଜାହାଁନ ତାଙ୍କର ବିଭିନ୍ନ ସୋସିଆଲ୍ ମିଡିଆ ଆକାଉଣ୍ଟରେ ରାମ ମନ୍ଦିର ଭୂମି ପୂଜନ ପରେ ଶୁଭେଚ୍ଛା ଜଣାଇ ଭାଇ ଚାରାର ମେସେଜ୍ ଦେଇଥିଲେ। ଏହାପରେ ସୋସିଆଲ୍ ମିଡିଆର ବିଭିନ୍ନ ଆକାଉଣ୍ଟରୁ ତାଙ୍କ ପାଖକୁ ଦୁଷ୍କର୍ମ ଓ ହତ୍ୟା ଧମକ ଆସିଥିଲା। ଏହାପରେ ରବିବାର ହସିନ ଜାହାଁନ ଲାଲ୍ବାଜାରରେ ଥିବା କୋଲକାତା ପୁଲିସର ସାଇବର କ୍ରାଇମ ଡିପାର୍ଟମେଣ୍ଟ ହେଡ୍କ୍ୱାର୍ଟରର୍ରେ ଅଭିଯୋଗ କରିଥିଲେ।
ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ଭୂମି ପୂଜନ ସରିବା ପରେ ସେ ଏହି ଶୁଭେଚ୍ଛା ମେସେଜ୍ ପୋଷ୍ଟ କରିଥିଲେ। ସେବେଠାରୁ ତାଙ୍କୁ ଧମକ ମିଳୁଛି।
ଏ ନେଇ ସେ ଇନଷ୍ଟାରେ ପୋଷ୍ଟ କରି ଲେଖିଥିଲେ “ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା, ଏବଂ ସବୁ ଦେଶବାସୀଙ୍କୁ ମିଳିମିଶି ଭାଇଚାରର ସଂକଳ୍ପ ସହିତ ଦେଶକୁ ବିଶ୍ୱ ଶକ୍ତି ଭାବରେ ଗଢ଼ି ତୋଳିବାର ଅଛି। ଇନ୍ଶା ଆଲ୍ଲାହ”
ଏହାପର ଠାରୁ ତାଙ୍କୁ ବିଭିନ୍ନ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ହତ୍ୟା ଧମକ ଆସୁଛି। ଏ ନେଇ ହସିନ କହିଛନ୍ତି “ ଏଭଳି ପରିସ୍ଥିତିରେ ମୁଁ ଅସହାୟ ମନେ କରୁଛି। ମୋ ଝିଅର ଭବିଷ୍ୟତ କଥା ଭାବି ଅଧିକ ଚିନ୍ତା ଲାଗୁଛି। ଫେସ୍ବୁକ, ଇନଷ୍ଟାଗ୍ରାମ ଓ ଟ୍ୱିଟର ଆଦି ସବୁ ସୋସିଆଲ୍ ମିଡିଆ ସାଇଟ୍ରୁ ନିୟମିତ ଧମକ ଆସିବା କାରଣରୁ ମୋତେ ଡର ଲାଗୁଛି। ପ୍ରତି ମୁହୂର୍ତ୍ତରେ ମୁଁ ଅସୁରକ୍ଷିତ ମନେ କରୁଛି। ଦୟା କରି ମୋତେ ସାହାଯ୍ୟ କରନ୍ତୁ। ଯଦି ଏହା ନିୟମିତ ଜାରି ରହେ ତେବେ ମୁଁ ମୋ ମାନିସକ ଭାରାସାମ୍ୟ ହରାଇ ବସିବି। ”
ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଝିଅ ସହିତ ଏକଲା ରହୁଥିବା ବେଳେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏ ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ଘଟଣାରେ ତଦନ୍ତ ଚାଲିଥିବାରୁ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନଥିବା ପୁଲିସ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)