Advertisment

ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ

ଚଣ୍ଡୀଗଡ଼: ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର୍ ଲାଲ୍ ଖଟ୍ଟର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଖଟ୍ଟର ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ଏହାସହ ସେ ଗତ ସପ୍ତାହରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରାଇବା ଲାଗି ଅପିଲ୍ କରିଛନ୍ତି ଏବଂ ତୁରନ୍ତ କ୍ୱାରେଣ୍ଟିନରେ ଯିବାକୁ ପରାମର୍ଶ ଦେଇଛନ୍ତି। I was tested for Novel Corona Virus today. My test report has returned positive. I appeal to […]

author-image
Ranjeet Kumar Jena
ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ

28-Manohar-Lal-Khattar

ଚଣ୍ଡୀଗଡ଼: ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର୍ ଲାଲ୍ ଖଟ୍ଟର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଖଟ୍ଟର ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ଏହାସହ ସେ ଗତ ସପ୍ତାହରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରାଇବା ଲାଗି ଅପିଲ୍ କରିଛନ୍ତି ଏବଂ ତୁରନ୍ତ କ୍ୱାରେଣ୍ଟିନରେ ଯିବାକୁ ପରାମର୍ଶ ଦେଇଛନ୍ତି।

Advertisment

https://twitter.com/mlkhattar/status/1297889527604719616?s=20

ମୁଖ୍ୟମନ୍ତ୍ରୀ ଖଟ୍ଟର୍ କହିଛନ୍ତି, ମୋର କରୋନା ଟେଷ୍ଟ କରାଯାଇଥିଲା, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ସମସ୍ତ ସହକର୍ମୀ ଓ ସହଯୋଗୀଙ୍କୁ ଅପିଲ୍‌ କରୁଛି, ଯେଉଁମାନେ ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ଏହାସହ ମୋ ସଂସ୍ପର୍ଶରେ ଆସିଥିବା ଲୋକେ ତୁରନ୍ତ କ୍ୱାରେଣ୍ଟିନ୍‌ରେ ରହିବାକୁ ଅପିଲ୍‌ କରୁଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ହରିୟାଣା ବିଧାନସଭା ବାଚସ୍ପତି ଜ୍ଞାନଚାନ୍ଦ ଗୁପ୍ତା ଏବଂ ୨ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆସନ୍ତା ୨୬ ତାରିଖରେ ହରିଆଣା ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ଗୃହରେ ଯୋଗ ଦେବାକୁ ଥିବା ସଦସ୍ୟମାନଙ୍କର କରୋନା ଟେଷ୍ଟ କରାଯାଉଛି।

Advertisment
Advertisment
Advertisment