Advertisment

ପୃଥିବୀର ସବୁଠାରୁ ସୁନ୍ଦର ‘ଗଣିତ ସାର୍’‌ଙ୍କୁ ଜାଣନ୍ତି ? ଫଟୋ ଦେଖି ହୋଇଯିବେ ଦିୱାନା

ଆପଣ ଦୁନିଆର ଅନେକ ମଡେଲ୍ ଦେଖିଥିବେ, ଯେଉଁମାନେ ସେମାନଙ୍କ କାର୍ଯ୍ୟରେ ଉତ୍କୃଷ୍ଟ | ମଡେଲମାନେ ଯେ ଶିକ୍ଷିତ କିମ୍ବା ବୁଦ୍ଧିମାନ ନୁହଁନ୍ତି ଏମିତି ଏକ ଧାରଣା ପ୍ରାୟ ସମସ୍ତଙ୍କର ଥାଏ । କିନ୍ତୁ ଏହି ଧାରାକୁ ଭାଙ୍ଗିଛନ୍ତି ଜଣେ ଗଣିତ ଶିକ୍ଷକ।  ସେ ଦୁନିଆର ସବୁଠାରୁ ସୁନ୍ଦର ଗଣିତ ଶିକ୍ଷକ ଭାବରେ ଜଣାଶୁଣା । ଏହି ଗଣିତ ଶିକ୍ଷକ  ପିଲାମାନଙ୍କୁ ଶିକ୍ଷା ଦେବା ସହିତ ଜଣେ ପ୍ରଫେସନାଲ ମଡେଲ ମଧ୍ୟ ଅଟନ୍ତି। ଏହି ସୁନ୍ଦର ଗଣିତ ଶିକ୍ଷକଙ୍କ […]

author-image
Minati Mishra
ପୃଥିବୀର ସବୁଠାରୁ ସୁନ୍ଦର ‘ଗଣିତ ସାର୍’‌ଙ୍କୁ ଜାଣନ୍ତି ? ଫଟୋ ଦେଖି ହୋଇଯିବେ ଦିୱାନା

math reacher-1

ଆପଣ ଦୁନିଆର ଅନେକ ମଡେଲ୍ ଦେଖିଥିବେ, ଯେଉଁମାନେ ସେମାନଙ୍କ କାର୍ଯ୍ୟରେ ଉତ୍କୃଷ୍ଟ | ମଡେଲମାନେ ଯେ ଶିକ୍ଷିତ କିମ୍ବା ବୁଦ୍ଧିମାନ ନୁହଁନ୍ତି ଏମିତି ଏକ ଧାରଣା ପ୍ରାୟ ସମସ୍ତଙ୍କର ଥାଏ । କିନ୍ତୁ ଏହି ଧାରାକୁ ଭାଙ୍ଗିଛନ୍ତି ଜଣେ ଗଣିତ ଶିକ୍ଷକ।  ସେ ଦୁନିଆର ସବୁଠାରୁ ସୁନ୍ଦର ଗଣିତ ଶିକ୍ଷକ ଭାବରେ ଜଣାଶୁଣା । ଏହି ଗଣିତ ଶିକ୍ଷକ  ପିଲାମାନଙ୍କୁ ଶିକ୍ଷା ଦେବା ସହିତ ଜଣେ ପ୍ରଫେସନାଲ ମଡେଲ ମଧ୍ୟ ଅଟନ୍ତି।

Advertisment

publive-image

ଏହି ସୁନ୍ଦର ଗଣିତ ଶିକ୍ଷକଙ୍କ ନାମ ହେଉଛି ପିଟ୍ରୋ ବୋସେଲି ।ମେକାନିକାଲ୍ ଇଞ୍ଜିନିୟରିଂରେ ଡକ୍ଟରେଟ୍ କରିଥିବା ବୋସେଲି ଇଣ୍ଟରନେଟରେ 'ଗଣିତ ମଡେଲ୍' ଭାବରେ ମଧ୍ୟ ଜଣାଶୁଣା। ୩୨ ବର୍ଷ ବୟସ୍କ ପିଟ୍ରୋ ବୋସେଲି ପିଲାମାନଙ୍କୁ ପାଠ ପଢାଇବା ସହ ମଡେଲିଂ କାମ ମଧ୍ୟ କରନ୍ତି। 

publive-image
ବୋସେଲିଙ୍କ ଚିତ୍ର ମଧ୍ୟ ଅନେକ ବଡ଼ ପତ୍ରିକାର କଭରରେ ସ୍ଥାନ ପାଇଛି । ସେ କହିଛନ୍ତି, ଗଣିତ ଏବଂ ପଦାର୍ଥ ବିଜ୍ଞାନ ପ୍ରତି  ଆଗ୍ରହ ରହିଥିଲା। ତେଣୁ ସେ ମେକାନିକାଲ୍ ଇଞ୍ଜିନିୟରିଂରେ ପିଏଚଡି କରିଥିଲେ ଏବଂ ଛାତ୍ରମାନଙ୍କୁ ଗଣିତ ଶିକ୍ଷା ଦେଇଥିଲେ । ଆହୁରି ମଧ୍ୟ ବୋସେଲି ଅରମାନି, ଟମି-ହିଲଫିଗର୍ବ ପରି ବଡ ଅନ୍ତର୍ଜାତୀୟ ବ୍ରାଣ୍ଡ ପାଇଁ ମଡେଲିଂ କରନ୍ତି।
publive-image

ବୋସେଲିଙ୍କର  ୫୦ ଲକ୍ଷରୁ ଅଧିକ ଇନଷ୍ଟାଗ୍ରାମ ଅନୁସରଣକାରୀ ଅଛନ୍ତି। ବୋସେଲି ଦି ଗାର୍ଡିଆନଙ୍କୁ କହିଛନ୍ତି, ୧୫ ବର୍ଷ ବୟସରେ ଗଣିତ ପାଇଁ ମୋର ଏକ ବହୁତ ଆଗ୍ରହ ଥିଲା।  ମୁଁ ସ୍କୁଲରେ ପ୍ରକୃତରେ ଏହାକୁ ଉପଭୋଗ କରିବା ଆରମ୍ଭ କରିଥିଲି। , ଏବଂ ଘରେ ଜଟିଳ ଅଙ୍କର ସମାଧାନ କରି ଖୁବ୍‌ ଆନନ୍ଦ ଉପଭୋଗ କରୁଥିଲି।  ଏହା ପରେ ଗଣିତ ପ୍ରତି ମୋର ଆଗ୍ରହ ବଢିବାରେ ଲାଗିଲା। ତେବେ ସେ  ଇଞ୍ଜିନିୟରିଂକୁ ମଧ୍ୟ ଭଲ ପାଆନ୍ତି ବୋଲି କହିଛନ୍ତି ।ବେବେ 
Advertisment
Advertisment