Advertisment

ପାକିସ୍ତାନକୁ ତଥ୍ୟ ଦେଉଥିବା ଅଭିଯୋଗରେ ହାଲ୍‌ କର୍ମଚାରୀ ଗିରଫ

ମୁମ୍ବାଇ: ପାକିସ୍ତାନକୁ ତଥ୍ୟ ଦେଉଥିବା ଅଭିଯୋଗରେ ଗିରଫ ହେଲେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(ହାଲ୍‌)ର କର୍ମଚାରୀ। ଏହି କର୍ମଚାରୀ ଜଣକ ହାଲ୍‌ ବିଷୟରେ ସମସ୍ତ ଗୋପନ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥା(ISI)କୁ ଦେଉଥିବା ଅଭିଯୋଗ ହୋଇଛି। ଏ ନେଇ ଡିସିପି ବିନୋଦ ରାଠୋଡ୍ ସୂଚନା ଦେଇ କହିଛନ୍ତି “ ନାସିକର ରାଜ୍ୟ ଆଣ୍ଟି ଟେରୋରିଜିମ୍‌ ସ୍କ୍ୱାଡ୍‌ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ସନ୍ଧାନ ପାଇଥିଲା। ବ୍ୟକ୍ତି ଜଣକ ନିୟମିତ ଭାବରେ ISI ସହିତ ସମ୍ପର୍କରେ ଥିଲେ। ଦୀପକ ଶୀରସାଥ ନାମକ […]

author-image
Abinash Pati
ଅଦ୍ୟତନ ହୋଇଛି
ପାକିସ୍ତାନକୁ ତଥ୍ୟ ଦେଉଥିବା ଅଭିଯୋଗରେ ହାଲ୍‌ କର୍ମଚାରୀ ଗିରଫ

vvz

ମୁମ୍ବାଇ: ପାକିସ୍ତାନକୁ ତଥ୍ୟ ଦେଉଥିବା ଅଭିଯୋଗରେ ଗିରଫ ହେଲେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(ହାଲ୍‌)ର କର୍ମଚାରୀ। ଏହି କର୍ମଚାରୀ ଜଣକ ହାଲ୍‌ ବିଷୟରେ ସମସ୍ତ ଗୋପନ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥା(ISI)କୁ ଦେଉଥିବା ଅଭିଯୋଗ ହୋଇଛି।

Advertisment

ଏ ନେଇ ଡିସିପି ବିନୋଦ ରାଠୋଡ୍ ସୂଚନା ଦେଇ କହିଛନ୍ତି “ ନାସିକର ରାଜ୍ୟ ଆଣ୍ଟି ଟେରୋରିଜିମ୍‌ ସ୍କ୍ୱାଡ୍‌ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ସନ୍ଧାନ ପାଇଥିଲା। ବ୍ୟକ୍ତି ଜଣକ ନିୟମିତ ଭାବରେ ISI ସହିତ ସମ୍ପର୍କରେ ଥିଲେ। ଦୀପକ ଶୀରସାଥ ନାମକ ବ୍ୟକ୍ତି ହ୍ୱାଟ୍ସଆପ୍ ଓ ବିଭିନ୍ନ ସୋସିଆଲ୍‌ ମିଡିଆ ଜରିଆରେ ଭାରତୀୟ ଫାଇଟର୍‌ ଜେଟ୍‌ ଓ ଏହାର ମାନ୍ୟୁଫାକ୍ଚରିଂ ୟୁନିଟ ସମ୍ପର୍କରେ ପାକିସ୍ତାନ ଗୋଇନ୍ଦା ସଂସ୍ଥାକୁ ତଥ୍ୟ ଦେଉଥିଲା।”

ନାସିକରେ ଓଜାର୍‌ରେ ଥିବା ହାଲ୍‌ର ଏୟାରକ୍ରାଫ୍ଟ ମାନ୍ୟୁଫାକ୍ଚରିଂ ୟୁନିଟ୍‌ ଓ ଏହାର ନିଷିଦ୍ଧାଞ୍ଚଳ ବିଷୟରେ ମଧ୍ୟ ବ୍ୟକ୍ତି ଜଣକ ତଥ୍ୟ ଶେଆର କରିଥିବା ସୂଚନା ମିଳିଛି। ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ ୪୧ ବର୍ଷୀୟ ଦୀପକ ନାଁରେ ମାମଲା ରୁଜୁ କରାଯାଇଛି। ସେ ହାଲ୍‌ରେ ଆସିଷ୍ଟାଣ୍ଟ ସୁପର ଭାଇଜର ଭାବେ କାର୍ଯ୍ୟ କରୁଥିଲା। ତା’ଙ୍କ ଠାରୁ ୩ଟି ମୋବାଇଲ ଫୋନ, ୫ଟି ସିମ ଓ ୨ଟି ମେମୋରି କାର୍ଡ ଜବତ ହୋଇଛି ବୋଲି ଡିସିପି ସୂଚନା ଦେଇଛନ୍ତି।

Advertisment
Advertisment
Advertisment