/odishatv-khabar/media/post_attachments/uploadimage/library/16_9/16_9_0/gurumit-1_1620875809.jpg)
gurumit-1
ନୂଆଦିଲ୍ଲୀ:ଯୌନ ନିର୍ଯାତନା ଅଭିଯୋଗରେ ରୋହତକ୍ ଜେଲ୍ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍ ରାମ ରହିମ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯାଇଛି । ତାଙ୍କୁ ଚିକିତ୍ସା ପାଇଁ ରୋହତକ୍ ପିଜିଆଇରେ ଭର୍ତ୍ତି କରାଯାଇଛି । ଯଦିଓ ଅଧିକାରୀ ସ୍ତରରେ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ, ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବନ୍ଦୀ ଗୁରୁମିତ ରାମ ରହିମ ସିଂହ ।
ପୋଲିସ ସୂତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଆମ୍ବୁଲାନ୍ସରେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛି । ଏପରିକି ଡାକ୍ତରଖାନା ଏବଂ ରାସ୍ତାରେ ମଧ୍ୟ ବହୁ ସଂଖ୍ୟକ ପୋଲିସ ମୁତୟନ ଥିଲେ । ତେବେ ଗୁରୁମିତଙ୍କର କ’ଣ ହୋଇଛି ତାହା ଜଣାପଡ଼ି ନାହିଁ । ୫୩ ବର୍ଷୀୟ ରାମ ରହିମଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି। ତାଙ୍କର ରକ୍ତଚାପ ଜନିତ ସମସ୍ୟା ଦେଖା ଦେଇଥିବା କୁହାଯାଉଛି ।
ଜେଲରେ ଥିବା ଡେରା ମୁଖ୍ୟ ଗୁରୁମିତ ରାମ ରହୀମଙ୍କର ରକ୍ତଚାପରେ ଦ୍ରୁତ ପରିବର୍ତ୍ତନ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି
ଡାକ୍ତରଖାନା ବାହାରେ ମଧ୍ୟ ପୋଲିସ ମୁତୟନ କରାଯାଇଛି । କାହାରିକୁ ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ । ଏପରିକି ମିଡିଆ କର୍ମୀଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ କିମ୍ବା କୌଣସି ପ୍ରକାର ନିଉଜ କଭରେଜ କରିବାକୁ ଦିଆଯାଉ ନାହିଁ । ମିଡିଆର କୌଣସି ପ୍ରଶ୍ନର ଉତ୍ତର ଦେଉନାହିଁ ପୋଲିସ । ଗୁରୁମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଲେ କାଳେ ପରିସ୍ଥିତି ବିଗିଡି ଯିବ ସେହି ଭୟରେ ପୋଲିସ ଚୁପ୍ ରହୁଥିବା ଅନୁମାନ କରାଯାଉଛି ।
ସୂଚନାଥାଉ କି, ଡେରା ମୁଖ୍ୟ ଗୁରୁମିତ ରାମ ରହିମ ସିଂହଙ୍କୁ ଅଗଷ୍ଟ ୨୦୧୭ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)