Advertisment

ଇନ୍ସ୍ୟୁରାନ୍ସ ଟଙ୍କା ପାଇଁ ସ୍ତ୍ରୀକୁ ଏମିତି ନାଟକୀୟ ଢଙ୍ଗରେ ହତ୍ୟା କଲା ସ୍ୱାମୀ

ଗାନ୍ଧିନଗର: ଆୟ ଯେତେ ବଢ଼ୁଛି ମଣିଷ ସେତେ ଲୋଭି ହେଉଛି। ଲୋଭ ପୁଣି ଏମିତି ଯାହା ମଣିଷର ମଣିଷପଣିଆକୁ ମାରିଦେଉଛି। ଟଙ୍କା ପାଇଁ ମଣିଷ ଭୁଲିଯାଉଛି ମୋହ ମାୟା ଓ ମମତା। ଟଙ୍କା ତା ପାଇଁ ଏତେ ନିଜର ହୋଇଯାଉଛି ଯେ ୭ ଜନମର ସାଥୀକୁ ବି ହତ୍ୟା କରିବାକୁ ପଛାଉ ନାହିଁ ମଣିଷ। ଗୁଜରାଟର ବନସକଣ୍ଠା ଜିଲ୍ଲାରେ ଠିକ୍ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲା ପରେ ବୋଧ୍‌ହୁଏ ସମ୍ପର୍କ ଉପରେ ଭରସା ଉଠିଯିବ। […]

author-image
Abinash Pati
ଇନ୍ସ୍ୟୁରାନ୍ସ ଟଙ୍କା ପାଇଁ ସ୍ତ୍ରୀକୁ ଏମିତି ନାଟକୀୟ ଢଙ୍ଗରେ ହତ୍ୟା କଲା ସ୍ୱାମୀ

gujarat

ଗାନ୍ଧିନଗର: ଆୟ ଯେତେ ବଢ଼ୁଛି ମଣିଷ ସେତେ ଲୋଭି ହେଉଛି। ଲୋଭ ପୁଣି ଏମିତି ଯାହା ମଣିଷର ମଣିଷପଣିଆକୁ ମାରିଦେଉଛି। ଟଙ୍କା ପାଇଁ ମଣିଷ ଭୁଲିଯାଉଛି ମୋହ ମାୟା ଓ ମମତା। ଟଙ୍କା ତା ପାଇଁ ଏତେ ନିଜର ହୋଇଯାଉଛି ଯେ ୭ ଜନମର ସାଥୀକୁ ବି ହତ୍ୟା କରିବାକୁ ପଛାଉ ନାହିଁ ମଣିଷ। ଗୁଜରାଟର ବନସକଣ୍ଠା ଜିଲ୍ଲାରେ ଠିକ୍ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲା ପରେ ବୋଧ୍‌ହୁଏ ସମ୍ପର୍କ ଉପରେ ଭରସା ଉଠିଯିବ।

Advertisment

ବନସକଣ୍ଠାର ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସାମାନ୍ୟ ଇନ୍ସ୍ୟୁରାନ୍ସ ଟଙ୍କା ପାଇଁ ପତ୍ନୀକୁ ହତ୍ୟା କରିଛି। ହତ୍ୟା କରିବା ପରେ ପତ୍ନୀ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦର୍ଶାଇ ଇନ୍ସ୍ୟୁରାନ୍ସ ଦାବି କରିଛି।

ଶନିବାର ଏହି ଘଟଣାର ଖୁଲାସା କରିଛି ବନସକଣ୍ଠା ପୋଲିସ। ଦକ୍ଷବେନ୍‌ ଟଙ୍କ ନାମକ ଜଣେ ମହିଳାଙ୍କର ମୃତ୍ୟୁ ପରେ ଡିସେମ୍ବର ୨୬ ତାରିଖରେ ପୋଲିସ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ନେଇ ଏକ ମାମଲା ରୁଜୁ କରିଥିଲା। ହେଲେ ପରେ ତାଙ୍କ ସ୍ୱାମୀ ହିଁ ତାଙ୍କର ହତ୍ୟାକାରୀ ବୋଲି ଜଣା ପଡ଼ିଥିଲା। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସ୍ୱାମୀ ଯୋଜନା କରି ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ୬୦ ଲକ୍ଷ ଇନ୍ସ୍ୟୁରାନ୍ସ କ୍ଲେମ୍ କରିଥିଲେ ବୋଲି ପୋଲିସ ସୂଚନା ଦେବା ସହିତ ଅଭିଯୁକ୍ତ ସ୍ୱାମୀକୁ ଗିରଫ ମଧ୍ୟ କରିଛି।

Advertisment

ଏନେଇ ପୋଲିସ ଅଧିକାରୀ କହିଛନ୍ତି “ ମହିଳାଙ୍କ ମୃତ୍ୟୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକଟ କରିବା ପରେ ଆମେ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରିଥିଲୁ। ତଦନ୍ତ ପ୍ରକ୍ରିୟାରେ ସମସ୍ତ‌ ତଥ୍ୟ ଚେକ୍ କରିବା ପରେ ମହିଳା ଜଣଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଲଳିତ ଟଙ୍କ ନାମକ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଦୁର୍ଘଟଣା ରୂପ ଦେବାକୁ ସୁପାରୀ କିଲରକୁ ୨ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ। ମାତ୍ର ୩ ମାସ ତଳେ କରିଥିବା ବୀମା ପଲିସିର ୬୦ ଲକ୍ଷ ଟଙ୍କାକୁ ସେ ହାତେଇବା ଚାହୁଁଥିଲେ।” ବୋଲି ପୋଲିସ ସୂଚନା ଦେଇଛି।

ହତ୍ୟା ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦେଇ ପୋଲିସ ଅଧିକାରୀ କହିଛନ୍ତି “ ୨୦୨୦ ଡିସେମ୍ବର ୨୬ ତାରିଖ ସକାଳେ ଲଳିତ ତାଙ୍କ ପତ୍ନୀଙ୍କୁ ମନ୍ଦିର ନେବା ବେଳେ ଆସାମୀ ଡ୍ରାଇଭରକୁ ଲୋକେସନ ଶେୟାର କରିଥିଲେ। ଏବଂ ସ୍ୱାମୀ-ସ୍ତ୍ରୀ ରାସ୍ତାରେ ଚାଲିଲା ବେଳେ ଲଳିତ ପ୍ଲାନ କରି ପତ୍ନୀଙ୍କ ଠାରୁ ଦୂରରେ ରହିଥିଲେ। ଏହି ସମୟରେ ଅଭିଯୁକ୍ତ ଡ୍ରାଇଭର୍ ହାଇ ସ୍ପିଡ୍‌ରେ ଗାଡ଼ି ଆଣି ଦକ୍ଷବେନ୍‌ଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।” ଶୁକ୍ରବାର ଏହ ଘଟଣାରେ ଲଳିତଙ୍କୁ ଗିରଫ କରାଯାଇଥିବାବେଳେ ଅଭିଯୁକ୍ତ ଡ୍ରାଇଭରକୁ ଏବେବି ଖୋଜା ଚାଲିଛି ବୋଲି ପୋଲିସ ସୂଚନା ଦେଇଛି।

ଥରେ ଭାବିଲେ, ସାମାନ୍ୟ ଟଙ୍କା ପାଇଁ ଯଦି ଜ୍ଞାନୀ ମଣିଷ ଏମିତି ପଶୁ ପାଲଟିଯାଏ ତାହାଲେ ପଶୁ ଓ ମଣିଷ ଭିତରେ କଣ ଫରକ ରହିବ ? ବରଂ ତା ଠାରୁ ପଶୁ ଭଲ। ସିଧା ସିଧା ମାରି ଖାଇବ ବରଂ ଏମିତି ଅଭେଦ୍ୟ ଷଡ଼ଯନ୍ତ୍ର ରଚିପାରିବ ନାହିଁ। ଯଦି ସାମାନ୍ୟ  ଟଙ୍କା ମଣିଷର ମଣିଷପଣିଆକୁ ମାରିଦିଏ ତେବେ ଆମେ ତାକୁ ମଣିଷ କହିପାରିବା ତ ?

Advertisment
Advertisment