Advertisment

ଧାର୍ଯ୍ୟ ହେଲା କରୋନା ଟିକାର ମୂଲ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ବିଶ୍ୱର ସବୁଠୁ ବଡ଼, ସବୁଠୁ ବିଶାଳ ଟିକାକରଣ ଅଭିଯାନ ଭାରତରେ ଚାଲିଛି । କରୋନା କବଚ ନେଉଛନ୍ତି ୧୮ ବର୍ଷରୁ ଅଧିକ ବୟସ୍କ । ତେବେ ଟିକାର…

author-image
Minati Mishra
ଅଦ୍ୟତନ ହୋଇଛି
ଧାର୍ଯ୍ୟ ହେଲା କରୋନା ଟିକାର ମୂଲ୍ୟ

vaccine

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ବିଶ୍ୱର ସବୁଠୁ ବଡ଼, ସବୁଠୁ ବିଶାଳ ଟିକାକରଣ ଅଭିଯାନ ଭାରତରେ ଚାଲିଛି । କରୋନା କବଚ ନେଉଛନ୍ତି ୧୮ ବର୍ଷରୁ ଅଧିକ ବୟସ୍କ । ତେବେ ଟିକାର ଅଭାବ ଦେଖା ଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ପରେ ଦେଶରେ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Advertisment

ଘରୋଇ ହସ୍ପିଟାଲମାନଙ୍କ ଲାଗି ଟିକା ଦର ନିର୍ଦ୍ଧାରଣ ହୋଇଛି। ପ୍ରାଇଭେଟ ହସ୍ପିଟାଲରେ କ୍କୋଭିସିଲ୍ଡର ଟିକାର ଦାମ ଡୋଜ ପିଛା ସର୍ବାଧିକ ୭୮୦ ଟଙ୍କା ଧାର୍ଯ୍ୟ କରଯାଇଛି । ଉତ୍ପାଦନ ଦର ୬୦୦ ଟଙ୍କା ଘୋଷଣା କରିଥିବାବେଳେ ୩୦ ଟଙ୍କା ଜିଏସଟି ଏବଂ ସର୍ଭିସ ଚାର୍ଜ ସର୍ବାଧିକ ୧୫୦ ଟଙ୍କ ଧାର୍ଯ୍ୟ  କରାଯାଇଛି ।

ସେହିପରି କୋଭାକ୍ସିନର ମୂଲ୍ୟ ଡୋଜ ପ୍ରତି ଦର ୧୪୧୦ ରଖାଯାଇଛି । ଉତ୍ପାଦନ ଦର ୧୨ଶହ ଟଙ୍କା ଥିବାବେଳେ ଜିଏସଟି ୬୦ ଟଙ୍କା ରହିଛି । ସେହିପରି ଋଷ ଟିକା ସ୍ପୁଟନିକ୍-ଭିର ଦାମ ୧୧୪୫ ସ୍ଥିର କରାଯାଇଛି । ନିର୍ମାଣକାରୀ ସଂସ୍ଥା ୯୪୮ରେ ବିକ୍ରି ଦର ଧାର୍ଯ୍ୟ କରିଥିବାବେଳେ ଜିଏସଟି ୪୭ ଟଙ୍କା ସହ ଏହାର ହସ୍ପିଟାଲ ମୂଲ୍ୟ ୧୧୪୫ ଟଙ୍କା ରଖାଯାଇଛି।

Advertisment

ଘରୋଇ ଡାକ୍ତରଖାନା ଗୁଡିକ ଏହାଠାରୁ ଅଧିକ ମୂଲ୍ୟରେ ଟିକା ବିକ୍ରି କରିପାରିବେ ନାହିଁ ବୋଲି ନିୟମ କଡାକଡି କରାଯାଇଛି। ଘରୋଇ ଡାକ୍ତରଖାନା ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି। ଏହି ନିୟମକୁ କଡ଼ାକଡି ପାଳନ କରାଯିବ ଏବଂ ଯଦି କେହି ଏହାର ଉଲ୍ଲଘଂନ କରିଥାଏ ତେବେ ତାହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ରହିଛି।

ସୂଚନାଥାଉ କି, ଏହି ଦର କେବଳ ଘରୋଇ ହସ୍ପିଟାଲ ପାଇଁ ଲାଗୁ ହେବ। କିନ୍ତୁ ଯେଉଁମାନେ ସରକାରୀ କେନ୍ଦ୍ରରେ ଟିକା ନେବେ ସେମାନଙ୍କୁ ମାଗଣାରେ ଟିକା ମିଳିବ।

Advertisment
Advertisment