Advertisment

ପ୍ରବାସୀ ଶ୍ରମିକଙ୍କୁ କାଉନସେଲିଂ ପାଇଁ କହିଲେ କେନ୍ଦ୍ର ଗୃହ ସଚିବ

author-image
Mahasweta Baral
ପ୍ରବାସୀ ଶ୍ରମିକଙ୍କୁ କାଉନସେଲିଂ ପାଇଁ କହିଲେ କେନ୍ଦ୍ର ଗୃହ ସଚିବ

mnational

ନୂଆଦିଲ୍ଲୀ: ଲକ୍‌ଡାଉନ୍ ଯୋଗୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ଚାଲି ଚାଲି ଘର ମୁହାଁ ହେଉଛନ୍ତି ପ୍ରବାସୀ ଶ୍ରମିକ। ଜାତୀୟ ରାଜପଥ ଓ ଟ୍ରେନ୍ ଟ୍ରାକ୍‌ରେ ଶହ ଶହ କିଲୋମିଟର ଚାଲି ଚାଲି ଘରକୁ ଫେରୁଛନ୍ତି। ସେମାନଙ୍କ ସମସ୍ୟା ଓ କଷ୍ଟ ଦେଖି କେନ୍ଦ୍ର  ଉଦବେଗ ପ୍ରକାଶ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

Advertisment

ସେମାନଙ୍କ ଲାଗି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ପରେ ବି ଏଭଳି ଘଟଣା ଜାରି ରହିବା ଉଦଗେବଜନକ ବୋଲି କହିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଏନେଇ ସେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକମାନଙ୍କୁ ଅଟକାଇ ସେମାନଙ୍କୁ କାଉନସେଲିଂ କରିବା ସହ ନିକଟସ୍ଥ ସେଲଟର ସେଣ୍ଟରରେ ରଖିବା ପାଇଁ କୁହାଯାଇଛି। ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା  ମଧ୍ୟ ଯାଞ୍ଚ କରିବା ପାଇଁ କୁହାଯାଇଛି। ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିଲେ ସେମାନଙ୍କୁ ନିଜ ଗାଁରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ସଚିବ ।

Advertisment
Advertisment
Advertisment